ଭୁବନେଶ୍ବର: ସେପ୍ଟେମ୍ବର ୪ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବହୁ ଯୁବ ନେତା ଦିଲ୍ଲୀ ଯାଇଥିଲେ । ଦିଲ୍ଲୀ ବିମାନବନ୍ଦରେ ବିଧାୟକ ତୁମୁଳକାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ( BJP yuva morcha hold a press meet ) ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି, "ସେପ୍ଟେମ୍ବର 4 ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ବିଧାୟକ ଓ ଯୁବ ନେତାମାନେ ମଦ ପିଇ ମାତାଲ ହୋଇଥିଲେ । ଏହାପରେ ଯେଉଁ କାଣ୍ଡ ଭିଆଇଲେ ତାହା କଣ ନବୀନ ବାବୁ ଙ୍କ ଜୀବନ ବ୍ୟାପୀ ସାଧନା କି ? ମଦ୍ୟପାନ କରି ପାଇଲଟ ସହ ଯୁକ୍ତି ତର୍କ କରିଥିଲେ ଫଳରେ ସେମାନଙ୍କୁ ଇଣ୍ଡିଗୋ ଫ୍ଲାଇଟ A 320 ରେ ଅଣା ଯାଇନଥିଲା, ସେମାନଙ୍କ ଲଗେଜ ଆସିଥିଲେ ବି ସେମାନେ ସେହି ଫ୍ଲାଇଟରେ ଆସିପାରିନଥିଲେ । ଏହି ଘଟଣା ଯୋଗୁଁ ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି ।"
ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଗ୍ରହଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ସଂସ୍ଥା ଦ୍ବାରା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ପାଇଥିବା ପୁରସ୍କାରରେ ଜାତୀୟ ପ୍ରତୀକ ରହିଛି । ତାହା ପରେ ବି ମୁଖ୍ୟମନ୍ତ୍ରୀ କିଭଳି ପୁରସ୍କାର ଗ୍ରହଣ କଲେ ବୋଲି ପ୍ରଶ୍ନ କରିଛି ବିଜେପି ।
ନୀବନ ପୁରସ୍କାର ପାଇବା ପରେ ଭୁବନେଶ୍ବରରେ ଭବ୍ୟ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି, "ସ୍ବାଗତ ସମ୍ବର୍ଦ୍ଧନା ଆୟୋଜନ ପାଇଁ ଭୁବନେଶ୍ବରରେ ପ୍ରବଳ ଭିଡ଼ ହୋଇଥିଲା । ଲୋକେ ଅସୁବିଧା ର ସମ୍ମୁଖୀନ ହେଲେ ଏବଂ ଲୋକେ ହସ୍ପିଟାଲ ଯାଇ ପାରିଲେନି ସେଥିପାଇଁ ଦାୟୀ କିଏ ? ବିଜୁ ଜନତା ଦଳ କଣ ଆଇନରୁ ଊର୍ଦ୍ଧ୍ଵରେ ? ପୋଲିସ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇନାହିଁ ?"