ETV Bharat / city

Vote Counting: ୧୫ ଜିଲ୍ଲାରେ ଖାତା ଖୋଲିପାରିନି BJP

author img

By

Published : Feb 26, 2022, 1:55 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ତେବେ କିଏ କେଉଁଠି ଆଦୌ ଖାତା ଖୋଲିପାରିନି ଜାଣନ୍ତୁ ।

Vote Counting: ୧୫ ଜିଲ୍ଲାରେ ଖାତା ଖୋଲିପାରିନି BJP
Vote Counting: ୧୫ ଜିଲ୍ଲାରେ ଖାତା ଖୋଲିପାରିନି BJP

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି । 851ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ 263 ସିଟରେ ଟ୍ରେଣ୍ଡିଂ ଅନୁସାରେ ବିଜେଡି ଆଗରେ ରହିଛି । କେତେକ ଜୋନରେ କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ କେତେକ ସ୍ଥାନରେ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ ।

ରାୟଗଡା, ଗଜପତି, କେନ୍ଦ୍ରାପଡା, ଝାରସୁଗୁଡା, ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର,କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡା, ପୁରୀ, ସୋନପୁରରେ ବିଜେପି ଏପର୍ଯ୍ୟନ୍ତ ଗୋଟିଏ ବି ସିଟରେ ଖାତା ଖୋଲି ପାରିନି। ପ୍ରାୟ 15ଟି ଜିଲ୍ଲାରେ ଖାତା ଖୋଲି ପାରିନଥିବା ଦେଖିବାକୁ ମିଳିଛି ।

ସେପଟେ କଂଗ୍ରେସ ମାତ୍ର 7ଟି ଜିଲ୍ଲାରେ ଖାତା ଖୋଲିବାକୁ ସମର୍ଥ ହୋଇଛି । କଟକ, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ରାୟଗଡାରେ କଂଗ୍ରେସ ରେସରେ ରହିଛି । ଅବଶିଷ୍ଟ 23 ଟି ଜିଲ୍ଲାରେ ଖାତା ଖୋଲି ପାରି ନାହିଁ କଂଗ୍ରେସ ।

ତେବେ ବର୍ତ୍ତମାନ ସୁଦ୍ଧା ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୧୫ଟି ସିର ଟ୍ରେଣ୍ଡ ଅନୁସାରେ ବିଜେଡି ୨୬୩ଟି ସିଟରେ ଆଗରେ ଥିବା ବେଳେ ବିଜେପି ୨୯, କଂଗ୍ରେସ ୧୭ ଏବଂ ଅନ୍ୟାନ୍ୟ ୬ଟି ଆସନରେ ଆଗରେ ରହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.