ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି ବିଭିନ୍ନ ରାଜନୈତିକ ଦଳର ସମର ସଜା । ଏନେଇ ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନରେ ବିଜେପି ଜନତାଙ୍କ ମୁଦ୍ଦା ଉଠାଇବା ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ।
ରାଜ୍ୟ ସରକାରଙ୍କ ବିଫଳତା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମଣ୍ଡିରୁ ଧାନ ଉଠିବା, ପିଲା ଚୋରି ସହ ମୁଖ୍ୟମନ୍ତ୍ରୀ 1 ବର୍ଷ ଧରି ବିଧାନସଭା ଆସୁନାହାଁନ୍ତି ଭଳି ପ୍ରସଙ୍ଗକୁ ମୁଦ୍ଦା କରିବ ବିଜେପି । ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭା ଆସୁନାହାଁନ୍ତି ବୋଲି ଡି ପୁରନ୍ଦେଶ୍ବରୀ ପ୍ରଶ୍ନ କରିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ନବୀନ ଯୋଗ ଦେଉଛନ୍ତି ଅଥଚ ବିଧାନସଭା ଆସିବାକୁ ଭୟ କରୁଛନ୍ତି । ବିଧାନସଭା ଆସି ଚାଷୀଙ୍କ ମଣ୍ଡି ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ କହିବା ଜରୁରୀ ।
ଅନ୍ୟପଟେ, ଉପନିର୍ବାଚନ ପାଇଁ କେନ୍ଦ୍ର ପ୍ରାର୍ଥୀ ଚୂଡାନ୍ତ କରିବେ ବୋଲି ପୁରେନ୍ଦଶ୍ବରୀ କହିଛନ୍ତି । ପିଲିଲି ନିର୍ବାଚନ ବିଜେପି ନିଶ୍ଚୟ ଜିତିବ । ପ୍ରଭୁ ଲିଙ୍ଗରାଜଙ୍କ କୃପାରୁ ଦଳ ନିଶ୍ଚୟ ବିଜୟଲାଭ କରିବ ବୋଲି ପ୍ରଭାରୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ