ETV Bharat / city

ଆସନ୍ତାକାଲି ଠାରୁ ବିଜେଡିକୁ ଘେରିବ ବିଜେପି

author img

By

Published : Jul 6, 2021, 4:56 PM IST

Updated : Jul 6, 2021, 6:39 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ କାଲି(ବୁଧବାର)ଠାରୁ ବିଜେଡିକୁ ଘେରିବ ବିଜେପି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ଦଳ ବ୍ୟାପକ ଦୁର୍ନୀତି କରିଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ...

ଆସନ୍ତା କାଲି ଠାରୁ ବିଜେଡିକୁ ଘେରିବ ବିଜେପି
ଆସନ୍ତା କାଲି ଠାରୁ ବିଜେଡିକୁ ଘେରିବ ବିଜେପି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ କାଲି(ବୁଧବାର)ଠାରୁ ବିଜେଡିକୁ ଘେରିବ ବିଜେପି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ଦଳ ବ୍ୟାପକ ଦୁର୍ନୀତି କରିଥିବା ବିଜେପି ଅଭିଯୋଗ କରିଛି । ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉନାହିଁ । ରାଜ୍ୟ ସରକାର ଆବାସ ଯୋଜନାରେ 1000 କୋଟି ଟଙ୍କା ଦୁର୍ନୀତି କରିଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ଏହାକୁ ନେଇ ବିଜେଡିକୁ ଘେରିବ ବିଜେପି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

ଆସନ୍ତା କାଲି ଠାରୁ ବିଜେଡିକୁ ଘେରିବ ବିଜେପି

ସେପଟେ କଂଗ୍ରେସ ମଧ୍ୟ ଆସନ୍ତାକାଲି(ବୁଧବାର)ଠାରୁ ବିଜେପିକୁ ଘେରିବାକୁ ଅଣ୍ଟା ଭିଡ଼ିଛି । କୋରୋନା ମହାମାରୀ ସମୟରେ ଦରଦାମ୍ ବୃଦ୍ଧି ପାଇଛି। ପେଟ୍ରୋଲ ଦର ବୃଦ୍ଧି ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଏବେ ମହଙ୍ଗା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ଏହାକୁ ନେଇ ବିଜେପିକୁ ପ୍ରଶ୍ନ କରିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଚିଭି ଭାରତ

Last Updated : Jul 6, 2021, 6:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.