ETV Bharat / city

୩,୫୦୦ ମଣ୍ଡିରେ ପହଞ୍ଚି 'କୃଷି ବିଲ' ସମ୍ପର୍କରେ ବୁଝେଇବ ବିଜେପି - farmers

'କୃଷି ବିଲ' ସମ୍ପର୍କରେ ସାରା ଦେଶରେ କୃଷକ ବିରୋଧ କରୁଥିବାବେଳେ 'କୃଷି ବିଲ' ସମ୍ପର୍କରେ କୃଷକଙ୍କୁ ବୁଝେଇବ ରାଜ୍ୟ ବିଜେପି । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତି ।

'କୃଷି ବିଲ' ସମ୍ପର୍କରେ ବୁଝେଇବ ବିଜେପି
'କୃଷି ବିଲ' ସମ୍ପର୍କରେ ବୁଝେଇବ ବିଜେପି
author img

By

Published : Dec 8, 2020, 5:19 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ 3ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇ ଥିବାବେଳେ ରାଜ୍ୟର ସମସ୍ତ ମଣ୍ଡିକୁ ଯାଇ 'କୃଷି ବିଲ' ସମ୍ପର୍କରେ କୃଷକଙ୍କୁ ବୁଝେଇବ ରାଜ୍ୟ ବିଜେପି । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟରେ ସୂଚା ଦେଇଛନ୍ତି ।

'କୃଷି ବିଲ' ସମ୍ପର୍କରେ ବୁଝେଇବ ବିଜେପି

କୃଷି ବିଲକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସ୍ବାଧୀନତାର ସାତ ଦଶନ୍ଧି ଧରି ଚାଷୀଙ୍କ ପାଇଁ ଯାହା ହୋଇପାରି ନଥିଲା ତାହା, ମୋଦି ସରକାରର 6ବର୍ଷ ଶାସନକାଳ ଭିତରେ ହୋଇଛି । ଏହି କୃଷି ଆଇନରେ ଦଲାଲମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଦଲାଲ ପ୍ରାୟୋଜିତ ବିରୋଧ ହେଉଛି ଖୋଲା ବଜାରରେ ଚାଷୀ ତାର ଉତ୍ପାଦ ବିକିପାରିବ, ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ ବରଂ ସର୍ବାଧିକ ମୂଲ୍ୟ ପାଇପାରିବ । ତେଣୁ 'କୃଷି ବିଲ' ସମ୍ପର୍କରେ ରାଜ୍ୟର ସମସ୍ତ ମଣ୍ଡିକୁ ଯାଇ କୃଷକଙ୍କୁ ବୁଝେଇବ ବିଜେପି ।

କେବଳ ମୋଦିଙ୍କୁ ବିରୋଧ କରିବା ପାଇଁ ଏହି ବିଲକୁ ବିରୋଧ କରାଯାଉଛି । ଆମ ରାଜ୍ୟରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ପ୍ରକ୍ରିୟା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ନିଜ ରାଜନୈତିକ ସ୍ଥିତି ରକ୍ଷା କରିବା ପାଇଁ ସାତ ଦଶନ୍ଧି ଧରି ଶୋଇଥିବା ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ଓଡ଼ିଶାର ୩,୫୦୦ ମଣ୍ଡିରେ ପହଞ୍ଚିବେ ଓ ଚାଷୀଙ୍କୁ ଉତ୍ପାଦ ବିକ୍ରି କରିବାରେ ସହାୟତା ଦେବେ । ଓଡିଶା ଚାଷୀ ଏହି ଆଇନ ଦ୍ବାରା ସବୁଠାରୁ ବେଶୀ ଉପକୃତ ହେବେ । ନିଜ ଅପାରଗତା ଲୁଚେଇବାକୁ, ଭୋଟ ସର୍ବସ୍ବ ରାଜନୀତି କରିବାକୁ ଏଠି କିଛି ବନ୍ଧୁ ଏହାକୁ ବିରୋଧ କରୁଛନ୍ତି ।

ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ମୋଦି ସରକାରର ଚାଷୀ କଲ୍ୟାଣ ଯୋଜନାର ପୋଷ୍ଟର ଉନ୍ମୋଚନ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.