ଭୁବନେଶ୍ବର: ରାଜ୍ୟ ସମବାୟ ସମିତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିବା ବେଳେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଅଣ୍ଟା ଭିଡିଛି ଶାସକ BJD । ସେପଟେ ବିଜେପି କହିଛି ସମବାୟ ସିଟ ଦଖଲ କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଦଳର କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, "ବିଜେପିର ଯେଉଁ ସମବାୟ ପ୍ରକୋଷ୍ଠ ରହିଛି ସମସ୍ତ ବିଧାୟକ ମାନେ ଏହାକୁ ନେଇ ସକ୍ରିୟ ଅଛନ୍ତି । ବିଜେଡି ଯେଉଁ କମିଟି ଗଠନ କରିଛି ତାହା ଲୋକଦେଖାଣିଆ ।"
ବିଜେଡି ସରକାରୀ ଦଳର କର୍ମଚାରୀଙ୍କୁ ଧରି କିପରି ନିର୍ବାଚନ ବୈତରଣୀ ପାର ହେବ ଏବଂ ସରକାରୀ କର୍ମଚାରୀ ମାନେ କିପରି ହସ୍ତକ୍ଷେପ କରି ବିଜେଡିକୁ ଜିତାଇବାରେ ରଣକୌଶଳ କରିସାରିଛନ୍ତି । ସେମାନେ ସରକାରୀ କଳକୁ ବ୍ୟବହାର କରି ଜିତିଛନ୍ତି । ସମବାୟ ଦୁର୍ନୀତି ଯାହା ହୋଇଛି ଲୋକମାନେ ଏଥିରେ ଅତିଷ୍ଟ ଅଛନ୍ତି ତେଣୁ BJP ଭଲ ପ୍ରଦର୍ଶନ କରିବ ବୋଲି ପ୍ରଦୀପ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ