ଭୁବନେଶ୍ବର: ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିବାକୁ ପ୍ରୟାସ କରୁଛି । ଏହା ସହିତ ସେମାନଙ୍କୁ ଦ୍ୱନ୍ଦ୍ବରେ ପକାଇବାକୁ ଚେଷ୍ଟା କରୁଛି । ଏଭଳି କାର୍ଯ୍ୟ ପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ତଥାପି ଓଡ଼ିଶା ବିଜେପି ଏଥିରୁ କିଛି ଶିଖିପାରୁନାହିଁ । ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ରଖି ସସ୍ମିତ ଏହା କହିଛନ୍ତି । ଓଡ଼ିଶା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କର ଆଜିର ବିବୃତ୍ତିରୁ ଏହା ପ୍ରତିଫଳନ ହେଉଛି । ରାଜନୈତିକ ଫାଇଦା ହାସଲ କରିବାକୁ ସମୀର ପୁନର୍ବାର ଲୋକଙ୍କୁ ଦ୍ୱନ୍ଦ୍ବରେ ପକାଇବା ଏବଂ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏଭଳି କୌଶଳ ଓଡ଼ିଶା ବିଜେପିର ଜାରି ରହିଛି ବୋଲି କହିଛନ୍ତି ସସ୍ମିତ ।
ସେମାନଙ୍କୁ ଓଡ଼ିଶାର ଲୋକମାନଙ୍କଠାରୁ ଏହା ଆହୁରି ଦୂରେଇ ଦେବ । ବିଜେଡି ଆଶା କରୁଛି ଯେ, ଓଡ଼ିଶା ବିଜେପିର ଜ୍ଞାନଉଦୟ ହେଉ । ବିଜେପି ନେତା ବୁଝନ୍ତୁ ଯେ ଓଡିଶାର ଲୋକମାନେ ବୁଦ୍ଧିମାନ ଓ ସ୍ମାର୍ଟ । ସେମାନେ ଓଡ଼ିଶା ବିଜେପିର ଏଭଳି ଶସ୍ତା କୌଶଳ ଦେଖୁଛନ୍ତି । ଏଥିପାଇଁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଗାମୀ ଦିନରେ ବି ସେମାନଙ୍କୁ ପୁନର୍ବାର ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ବିବୃତ୍ତି ରଖିଛନ୍ତି ସସ୍ମିତ ପାତ୍ର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ