ETV Bharat / city

ଗୁଜୁରାଟ ମଡେଲକୁ ରାଜ୍ୟରେ ଆପଣାଇବ ବିଜେପି

author img

By

Published : Sep 20, 2021, 10:18 PM IST

Updated : Sep 21, 2021, 11:13 AM IST

ଗୁଜୁରାଟ ମଡେଲକୁ ରାଜ୍ୟରେ ଲାଗୁ କରିବ ବିଜେପି । ଏହାକୁ ନେଇ ସୂଚନା ଦେଇଛନ୍ତି ବିଜେପି ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ...

ଗୁଜୁରାଟ ମଡେଲ୍କୁ‌ ରାଜ୍ୟରେ ଆପଣାଇବ ବିଜେପି
ଗୁଜୁରାଟ ମଡେଲ୍କୁ‌ ରାଜ୍ୟରେ ଆପଣାଇବ ବିଜେପି

ଭୁବନେଶ୍ବର: ଏଣିକି ରାଜ୍ୟରେ ଉଧେଇବ ବିଜେପି । ଗୁଜୁରାଟ ମଡେଲକୁ ରାଜ୍ୟରେ ଲାଗୁ କରିବ ବିଜେପି । ଏହାକୁ ନେଇ ସୂଚନା ଦେଇଛନ୍ତି ବିଜେପି ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଗୁଜୁରାଟରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଏଭଳି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ୯ ଜଣିଆ ଟିମ୍‌ ୪ ଦିନିଆ ଗୁଜୁରାଟ ଗସ୍ତ କରିଥିଲା । ଦୀର୍ଘ ବର୍ଷ ଧରି ଗୁଜୁରାଟରେ ବିଜେପି କ୍ଷମତାର ରହିବାର ମୂଳ ମନ୍ତ୍ର ଜାଣିବା ଏହା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଗୁଜୁରାଟ ମଡେଲ୍କୁ‌ ରାଜ୍ୟରେ ଆପଣାଇବ ବିଜେପି

ଏହି ଗସ୍ତର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଗୁଜୁରାଟ ଗସ୍ତ କରି ଏହି ଟିମ ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ଟିମ୍‌ରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ବିଜେପି ଉପ ସଭାପତି ଭୃଗୁ ବକ୍ସି ପାତ୍ର, ବିଧାୟକ ନାଉରୀ ନାୟକ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ସାମିଲ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 21, 2021, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.