ଭୁବନେଶ୍ବର: ରାଜ୍ୟରେ ଠିକା କର୍ମଚାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କଲା ବିଜେପି । ଅକ୍ଟୋବର 30 ସୁଦ୍ଧା ଠିକା ନିଯୁକ୍ତି ନୀତି ସ୍ପଷ୍ଟ ନକଲେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବିଜେପି । ନଭେମ୍ବରରୁ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାକୁ ନେଇ ରାଜ୍ୟ ବିଜେପି ଏସ୍ସି ମୋର୍ଚ୍ଚା ସଭାପତି ବିଭୁ ତରାଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ଠିକା ନିଯୁକ୍ତି ନୀତି ସ୍ପଷ୍ଟ ନକଲେ ବିଜେପି ସହ ଏସ୍ସି, ଏସ୍ଟି ଏବଂ ଓବିସି ମୋର୍ଚ୍ଚା ମିଳିତ ଭାବେ କରିବେ ଆନ୍ଦୋଳନ । ରାଜ୍ୟ ସରକାର ନିଯୁକ୍ତିରେ ଠକାମୀ ପ୍ରୟାସ କରିଥିବା ବିଜେପି ଅଭିଯୋଗ କରିଛି । ସମ୍ବିଧାନରେ ନିଯୁକ୍ତି କ୍ଷେତ୍ରରେ ଏସ୍ସି, ଏସ୍ଟି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାର ନିୟମ ରହିଛି । କିନ୍ତୁ ରାଜ୍ୟ ସରକାର ଠିକା ଶ୍ରମିକ ନିଯୁକ୍ତି କ୍ଷେତ୍ରରେ ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିନାହାନ୍ତି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇନାହାନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ବିଭୁ ତରାଇ
ଏ ହେଉଛି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ପାଇଁ ବିରୋଧୀ ସରକାର । କେତେ ଶ୍ରମିକଙ୍କୁ ସଂରକ୍ଷଣ ଆଧାରରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ତାହାର ତାଲିକା ପ୍ରକାଶ କରିବାକୁ ବିଜେପି ଦାବି କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିିଭି ଭାରତ