ETV Bharat / city

ଗ୍ୟାସ ଦର ହ୍ରାସ ଲାଗି କେନ୍ଦ୍ରକୁ ୧୦ ଦିନ ମହଲତ ଦେଲା BJD - ଗ୍ୟାସ ଦର ହ୍ରାସ ଲାଗି କେନ୍ଦ୍ରକୁ ୧୦ ଦିନ ସମୟ ଦେଲା ବିଜେଡି

ତୈଳଦର ହ୍ରାସ ଲାଗି ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି ବିଜୁ ଜନତା ଦଳ । ଗ୍ୟାସ ଦର ହ୍ରାସ କରିବା ଲାଗି 10 ଦିନ ସମୟ ଦେଇଛି ଦଳ । ଯଦି କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନନିଅନ୍ତି ତେବେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ବୋଲି ଦଳ ଦେଇଛି ସୂଚନା । ଅଧିକ ପଢନ୍ତୁ...

ଗ୍ୟାସ ଦର ହ୍ରାସ ଲାଗି କେନ୍ଦ୍ରକୁ ୧୦ ଦିନ ସମୟ ଦେଲା ବିଜେଡି

author img

By

Published : Nov 4, 2021, 5:31 PM IST

ଭୁବନେଶ୍ବର: ତୈଳଦର ହ୍ରାସ ଲାଗି ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି ବିଜୁ ଜନତା ଦଳ । ଗ୍ୟାସ ଦର ହ୍ରାସ କରିବା ଲାଗି 10 ଦିନ ସମୟ ଦେଇଛି ଦଳ । ଯଦି କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନନିଅନ୍ତି ତେବେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ଗ୍ୟାସ ଦର ହ୍ରାସ ଲାଗି କେନ୍ଦ୍ରକୁ ୧୦ ଦିନ ସମୟ ଦେଲା ବିଜେଡି

ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଆନ୍ଦୋଳନ ତୀବ୍ର ହେବାରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ବିଜୁ ଜନତା ଦଳ ସଭାପତି ବ୍ୟୋମକେଶ ରାୟ । ଦର ହ୍ରାସ 33 ପ୍ରତିଶତ ସବସିଡି ଓଡ଼ିଶା ସରକାର ବହନ କରୁଛନ୍ତି । ଦର ହ୍ରାସରେ 3.30 ପେଟ୍ରଲ ଓ 1.65 ଡିଜେଲ ରାଜ୍ୟ ଭାଗ ରହିଛି । ସେପଟେ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ 3 ଟଙ୍କା ଲେଖାଏଁ ଭାଟ ହ୍ରାସ କରିଛନ୍ତି ।

ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ଗରିବଙ୍କ ପାଇଁ ଦୀପାବଳିରେ ଏହା ଖୁସି ଖବର । କମିଥିବା ତୈଳ ଦରରେ 6.30 ପେଟ୍ରୋଲ, 4.65 ଡିଜେଲ ଓଡ଼ିଶା ସରକାର କମାଇଛନ୍ତି । ଫଳରେ 2000 କୋଟି ରାଜସ୍ବ କ୍ଷତି ସହିବ ରାଜ୍ୟ । ସାରା ଦେଶରେ ସବୁଠାରୁ କମ ରେଟ ଓଡିଶାରେ ରହିଛି । କେନ୍ଦ୍ର ସରକାର ଯେଉଁ ସେସ ଆଦାୟ କେନ୍ଦ୍ର କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା ବା ଉଛେଦ ହେବା କଥା । କିନ୍ତୁ କେନ୍ଦ୍ର ଏହା କରୁନାହିଁ । ତାହା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ଦଳ ଅଭିଯୋଗ କରିଛି ।

LPG ଦର ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ଅନ୍ୟ ଟ୍ୟାକ୍ସ ହ୍ରାସ କରନ୍ତୁ ବୋଲି ବିଜେଡି ଦାବି କରିଛି । ଆସନ୍ତାକାଲିଠାରୁ ଯୁବ ଓ ଛାତ୍ର ଆନ୍ଦୋଳନ 10 ଦିନ ପାଇଁ ସ୍ଥଗିତ ରହିଲା । ଆଶା କରୁଛୁ ଏହି 10 ଦିନ ଭିତରେ LPG ରେଟ କମାଇବେ କେନ୍ଦ୍ର ସରକାର । ଯଦି କର୍ଣ୍ଣପାତ ନକଲେ LPG ଉପରେ, ଆନ୍ଦୋଳନ ଆହୁରି ତୀବ୍ରତର ହେବ । ପଞ୍ଚାୟତ ପଞ୍ଚାୟତ ବୁଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି ବ୍ୟୋମକେଶ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.