ETV Bharat / city

କେନ୍ଦ୍ରୀୟ ଟିମକୁ ଭେଟିଲା BJP ପ୍ରତିନିଧି ଦଳ

କେନ୍ଦ୍ରୀୟ କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଟିମକୁ ଭେଟିଲା BJP ପ୍ରତିନିଧି ଦଳ । ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଅଧିକ ପଢନ୍ତୁ...

author img

By

Published : Jun 8, 2021, 5:24 PM IST

Updated : Jun 8, 2021, 5:45 PM IST

କେନ୍ଦ୍ରୀୟ ଟିମକୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଟିମକୁ ଭେଟିଲେ BJP ପ୍ରତିନିଧି ଦଳ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଟିମକୁ ଭେଟିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ଭେଟିଛନ୍ତି । ୟାସ ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗରେ କେନ୍ଦ୍ରୀୟ ଟିମ ସହିତ ଆଲୋଚନା କରିଛନ୍ତି ପ୍ରତିନିଧି ଦଳ ।

କେନ୍ଦ୍ରୀୟ ଟିମ ସହିତ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏବେ ବି ଲୋକେ ପାଣି ଘେରରେ ଅଛନ୍ତି । ଲୁଣା ପାଣି ମାଡି ଯିବାରୁ ଅନେକ ଲୋକ ପିଇବା ପାଣି ପାଇପାରୁ ନାହାନ୍ତି । ଖାଇବା ଜିନିଷ ନଥିଲା ଏବେ ଏବେ ଦିଆଯାଉଛି । କେନ୍ଦ୍ରୀୟ ଦଳ ବୁଲି ଦେଖି ଆସିଛନ୍ତି । ଆମେ ମଧ୍ୟ ଏନେଇ ସେମାନଙ୍କୁ ଅବଗତ କରାଇଛୁ । ପଲିଥିନ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପାତର ଅନ୍ତର କରାଯାଉଥିବା ଅଭିଯୋଗ କଲା ବିଜେପି । ସବୁ କଚାଘରକୁ ପଲିଥିନ ଦିଆଯାଇନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ପଲିଥିନ କୋଟା ବଢାଇବାକୁ ଟିମ ଆଗରେ ଦାବି କରିଛି ବିଜେପି ।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ଅଗ୍ରାଧିକାରରେ ବଣ୍ଟନ କରାଯାଉ ବୋଲି ବିଜେପି ଦାବି ରଖିଛି । ସ୍ଥାୟୀ ଭିତ୍ତିଭୂମି ଗୁଡିକୁ ଦୃଢ଼ୀକରଣ କରିବାକୁ ଦାବି କରିଛୁ ବୋଲି ପ୍ରତାପ କହିଛନ୍ତି । ନଦୀ ବନ୍ଧ କାର୍ଯ୍ୟକୁ ସୁଦୃଢ କରିବାକୁ ପଡିବ । ରାସ୍ତାଘାଟ କାମକୁ ଯେଭଳି ମିଛ ବିଲ କରି କେହି ଠକି ନ ନିଅନ୍ତୁ ସେଥି ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 8, 2021, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.