ETV Bharat / city

ଦାରିଦ୍ର୍ୟତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ - ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଆସନ୍ତା ୫ ବର୍ଷରେ ରାଜ୍ୟର ଦାରିଦ୍ର୍ୟ ସୀମାରେଖାକୁ ୨୯ ପ୍ରତିଶତରୁ ୧୦ପ୍ରତିଶତକୁ ଖସାଇବାକୁ ଦୃଢ଼ୋକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢ଼ନ୍ତୁ

bjp targets state govt over cm statement on poverty
ଦାରିଦ୍ର୍ୟତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବଜେପିର ଟାର୍ଗେଟ
author img

By

Published : Dec 27, 2021, 6:59 PM IST

ଭୁବନେଶ୍ବର: ଆସନ୍ତା ୫ ବର୍ଷରେ ରାଜ୍ୟର ଦାରିଦ୍ର୍ୟ ସୀମାରେଖାକୁ ୨୯ ପ୍ରତିଶତରୁ ୧୦ପ୍ରତିଶତକୁ ଖସାଇବାକୁ ଦୃଢ଼ୋକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରୁଛନ୍ତି ବୋଲି କହିଛି ବିଜେପି । ସରକାର ସବୁଥିରେ ପଛୁଆ ରହିଛନ୍ତି । ବିଭିନ୍ନ ରିପୋର୍ଟ ଏହା ଦର୍ଶାଉଛି ବୋଲି କହିଛି ବିଜେପି ।

ଦାରିଦ୍ର୍ୟତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବଜେପିର ଟାର୍ଗେଟ

ନୀତି ଆୟୋଗ ରିପୋର୍ଟ, ରାଜ୍ୟପାଳଙ୍କ ମନ୍ତବ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ କଥା ମେଳ ଖାଉନି ବୋଲି କହିଛି ବିଜେପି । ତେବେ କେଉଁଟା ସତ ବିଜେଡି ସ୍ପଷ୍ଟ କରୁ ବୋଲି ଦାବି କରିଛି ବିଜେପି । ପୂର୍ବରୁ ରାଜ୍ୟପାଳ କହିଥିଲେ ଆସନ୍ତା ୫ ବର୍ଷରେ ଦାରିଦ୍ର୍ୟ ସୀମାରେଖା ୫ ପ୍ରତିଶତରେ ପହଞ୍ଚିବ କହିଥିଲେ । କିନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ଆସନ୍ତା ୫ ବର୍ଷରେ ଦାରିଦ୍ର୍ୟ ସୀମାରେଖା ୧୦ ପ୍ରତିଶତରେ ରଖିବେ ବୋଲି କହିଛନ୍ତି ।

ଦାରିଦ୍ର୍ୟତା ହଟେଇବା ନାଁରେ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ବାହାସ୍ପୋଟ କରୁଥିବା ଅଭିଯୋଗ ହୋଇଛି । ଓଡ଼ିଶାକୁ ଅଧିକ ପୁଞ୍ଜି ନିବେଶ ଆସୁଥିବା ନେଇ ମୁଖ୍ୟମନ୍ତ୍ରୀ କହିଥିବାବେଳେ ରିଜର୍ଭ ବ୍ୟାଙ୍କର ରିପୋର୍ଟ ମୁତାବକ ଓଡ଼ିଶା ତୁଳନାରେ ଅନ୍ୟ ରାଜ୍ୟକୁ ଅଧିକ ପୁଞ୍ଜି ନିବେଶ ଆସିଛି । ଓଡ଼ିଶାର ଯାହା ପରିସ୍ଥିତି ରହିଛି ତାହା ଶିଳ୍ପାୟନ ଉପଯୋଗୀ । କିନ୍ତୁ ଏଠି ଅନ୍ୟ ରାଜ୍ୟ ତୁଳନାରେ ଶିଳ୍ପାୟନ ବହୁତ ପଛରେ ପଡ଼ିଛି । ବିଜୁ ଜନତା ଦଳ ରାଜ୍ୟବାସୀଙ୍କୁ ଠକୁଥିବା କଥା କହିଛି ବିଜେପି । ରାଜ୍ୟରେ ଦାରିଦ୍ର୍ୟ ହଟୁଛି, କିନ୍ତୁ ସର୍ବ ଭାରତୀୟସ୍ତରରେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଖରାପ ରହିଛି ବୋଲି କହିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.