ETV Bharat / city

ହାଇଦର ଚମ୍ପଟ ମାରିବା ଘଟଣା, ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲା ବିଜେପି - ଆଇନ ଶୃଙ୍ଖଳା ବ୍ୟବସ୍ଥା

ହାଇଦର ଫେରାର ଘଟଣାରେ ବିଜେପି ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଅଧିକ ପଢନ୍ତୁ...

ହାଇଦର ଫେରାର ଘଟଣା: ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲା ବିଜେପି

author img

By

Published : Apr 12, 2021, 1:43 PM IST

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର ବିଶ୍ବସ୍ତରୀୟ ମେଡ଼ିକାଲରୁ ଚମ୍ପଟ ମାରିଲା । 36 ଘଣ୍ଟା ପରେ ପୋଲିସର ହାତ ଖାଲି ପଡିଛି । ତେବେ ସେ ଫେରାର ହୋଇଛି ନା ତାକୁ ଫେରାର କରାଯାଇଛି ବୋଲି କହି ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ତେବେ ସୋମବାର ବିଜେପି ସାମ୍ବାଦିକ ସମ୍ମିଳନୀ କରି ହାଇଦର ଘଟଣାରେ ଏଭଳି ପ୍ରଶ୍ନ ଉଠାଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ଆହୁରି କହିଛି ଯେ ଗୁଣ୍ଡାମାନଙ୍କ ହାତରେ ରାଜ୍ୟର ଆଇନ ବ୍ୟବସ୍ଥା ଚାଲୁଛି । ମୁକ୍ତ ଆକାଶ ତଳେ ଅପରାଧୀ ଖୁଲମଖୁଲା ବୁଲୁଛନ୍ତି । ରାଜ୍ୟ ସରକାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ତେବେ ରାଜ୍ୟର ଆଇନ ଶୃଙ୍ଖଳା ଦିଗରେ ସରକାର ଧ୍ୟାନ ଦିଅନ୍ତୁ ବୋଲି ବିଜେପି କହିଛି । ମେଡିକାଲରେ ହାଇଦର ନିକଟକୁ ବିରିୟାନୀ ଆଣିଥିଲା କିଏ ଏବଂ ନର୍ସଙ୍କ ଖାଦ୍ୟରେ କିଏ ନିଶାଦ୍ରବ୍ୟ ମିଶାଇଥିଲା ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଆବଶ୍ୟକ ରହିଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

ହାଇଦର ଫେରାର ଘଟଣା: ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ସୂଚନା ଥାଉ କି ଗତ ୨୦୦୯ ମସିହା ଜୁଲାଇ ମାସରେ ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାର ମୁଖ୍ୟ କାର୍ପଟଦାର ଭାବେ ସମ୍ବଲପୁର ଉପକାରାଗାରରେ ଆଜୀବନ ସଜ୍ଜା କାଟୁଥିବା ହାଇଦର ଗତ କିଛିଦିନ ତଳେ ଅସୁସ୍ଥ ହେବାରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ତେବେ ଶନିବାର ସଂନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ମେଡିକାଲରୁ ଫେରାର ହୋଇଯାଇଥିଲା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର । ସୋମବାର ଏହାର ସହଯୋଗୀଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ହାଇଦରକୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜାରି ରଖିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.