ETV Bharat / city

ନିଜେ ସତୀତ୍ୱ ହରାଇ ପଡିଶା ଘରକୁ ପରୀକ୍ଷା ଦେବାକୁ କହୁଛି ବିଜେଡି: ପୃଥ୍ୱୀରାଜ - ମାସ୍କ କିଣା ଦୁର୍ନୀତି

ମାସ୍କ କିଣା ଦୁର୍ନୀତି ନେଇ ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ବିଜେଡିକୁ କଡା ଜବାବ ଦେଇଛି ବିଜେପି । ନିଜେ ସତୀତ୍ୱ ହରାଇ ପଡିଶା ଘରକୁ ପରୀକ୍ଷା ଦେବାକୁ ବିଜେଡି କହୁଥିବା ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

ନିଜେ ସତିତ୍ୱ ହରାଇ ପଡିଶା ଘରକୁ ପରୀକ୍ଷା ଦେବାକୁ କହୁଛି ବିଜେଡି: ପୃଥ୍ୱୀରାଜ

author img

By

Published : Jun 11, 2020, 4:32 PM IST

ଭୁବନେଶ୍ବର: ମାସ୍କ କିଣା ଦୁର୍ନୀତି ନେଇ ରାଜ୍ୟରେ ଆରମ୍ଭ ହେଇଛି କାଦୁଅ ଫିଙ୍ଗା ରାଜନୀତି । ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ସାମ୍ବାଦିକ ସମ୍ମିଳନୀରେ ବିରୋଧିଙ୍କ ଉପରେ ବିଜେଡି ବର୍ଷିବା ପରେ ଏହାର ଜବାବ ଦେଇଛି ଭାରତୀୟ ଜନତା ପାର୍ଟି । ଶାସକ ଦଳ ନିଜେ ଦୁର୍ନୀତି କରି ବିଜେପିକୁ ସତୀତ୍ବର ପରୀକ୍ଷା ମାଗୁଥିବା କହିଛି ବିଜେପି ।

ନିଜେ ସତିତ୍ୱ ହରାଇ ପଡିଶା ଘରକୁ ପରୀକ୍ଷା ଦେବାକୁ କହୁଛି ବିଜେଡି: ପୃଥ୍ୱୀରାଜ

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାର ଜାଣି ଶୁଣି ପ୍ରସଙ୍ଗରୁ ଏଡେଇବାକୁ ଚାହୁଁଛନ୍ତି । ସରକାର ନିରପେକ୍ଷ ତଦନ୍ତ କରାନ୍ତୁ । ତେବେ ଯାଇ କିଏ ଦୁର୍ନୀତି କରିଛି ଏବଂ କେଉଁଠି ଭୁଲ ହୋଇଛି ତାହା ପଦାକୁ ଆସିବ । ସରକାର ନିଜେ ସତୀତ୍ବ ହରାଇ ପଡିଶା ଘରକୁ ପରୀକ୍ଷା ଦେବାକୁ କହୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.