ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଆଜି 8 ଲକ୍ଷ ଲୋକଙ୍କୁ ମାଗଣ ଚାଉଳ ଘୋଷଣା କରିଛନ୍ତି । ଏହା ଓଡିଶା ବାସୀଙ୍କ ପାଇଁ ଏପ୍ରିଲ ଫୁଲ୍ ସଦୃଶ ବୋଲି ସମାଲୋଚନା କରିଛନ୍ତି ବିଜେପି ପ୍ରବକ୍ତା ଠାକୁର ରଣଜିତ ଦାସ । କାରଣ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ଏପ୍ରିଲ 1 ତାରିଖ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଛ’ମାସର ଚାଉଳ ଘୋଷଣା କରିଥିଲେ । ଯାହା ରାଜ୍ୟ ସରକାର ତଥ୍ୟ ଦେଇଥିଲେ ସେ ତଥ୍ୟରେ 3 କୋଟି 25 ଲକ୍ଷ ଲୋକମାନଙ୍କୁ ଏହି ଛ’ ମାସ ପାଇଁ ଚାଉଳ ଘୋଷଣା କରିଥିଲେ।
ଏଥିରେ ପାଖାପାଖି ତିନି ହଜାର ତିନିଶହ ପଚାଶ କୋଟି ଟଙ୍କାର ଚାଉଳ ଯୋଗାଇ ଦେଇଥିଲେ । ଯେଉଁଥିରେ ରାଜ୍ୟ ସରକାର ଏହି 8 ଲକ୍ଷ ଲୋକଙ୍କର ନାମ ଦେଇନଥିଲେ । ରାଜ୍ୟ ସରକାର ଛଳନା କରିଥିଲେ । ପୁରା ତଥ୍ୟ ଦେଇପାରିନଥିଲେ ତେଣୁ ଏହି ଚାଉଳକୁ ଘୋଟାଲା କରିବାକୁ ବସିଛନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ