ETV Bharat / city

ନୂଆ ପୋଲିସ ଡିଜି ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଲା BJP

author img

By

Published : Dec 17, 2021, 7:40 AM IST

Updated : Dec 17, 2021, 8:32 AM IST

ରାଜ୍ୟର ବର୍ତ୍ତମାନ ପୋଲିସ ବ୍ୟବସ୍ଥା ଓ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । କହିଲା ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଓ ଶିଶୁ ନିର୍ଯାତନା ବଢିଥିବାର ମଧ୍ୟ ଅଭିଯୋଗ କଲା ଦଳ । ପଢନ୍ତୁ ଅଧିକ

ନୂଆ ପୋଲିସ ଡିଜି ନିଯୁକ୍ତି ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୪୧୯୬ଟି ପୋଲିସ ପଦବୀ ଖାଲି ପଡିଛି । ଜନସଂଖ୍ୟା ଆଧାରରେ ପୋଲିସ ସଂଖ୍ୟା ମଧ୍ୟ ବହୁତ କମ୍ । ଦେଶରେ ପୋଲିସ ବ୍ୟବସ୍ଥା ପାଇଁ ସବୁଠାରୁ କମ୍ ଖର୍ଚ୍ଚ କରେ ଓଡିଶା ରାଜ୍ୟ । ରାଜ୍ୟ ସରକାର ବଜେଟର ମାତ୍ର ୦.୬ ପ୍ରତିଶତ ପୋଲିସ ବ୍ୟବସ୍ଥା ପାଇଁ ଖର୍ଚ୍ଚ କରୁଛନ୍ତି । କେଉଁଠି ଥାନା ଅଛି ତ ଥାନା ଅଧିକାରୀ ନାହାଁନ୍ତି କେଉଁଠି ଥାନା ଅଧିକାରୀ ଥିଲେ କର୍ମଚାରୀ ନାହାଁନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୋଲିସର ଅତ୍ୟାଧୁନିକ ଭିତ୍ତିଭୂମି ନାହିଁ । ଏପରି ସ୍ଥିତିରେ ନୂଆ ପୋଲିସ ଡିଜି ଆସି କଣ କରିବେ ବୋଲି ପ୍ରଶ୍ନ କରିିଛି ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏପରି କିଛି ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ସେହିପରି ଅଧିକାଂଶ କ୍ଷେତ୍ରରେ ପୋଲିସ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ଦୁର୍ନୀତିରେ ଲିପ୍ତ ଥିବାର ଅନେକ ଦୃଷ୍ଟାନ୍ତ ରହିଛି । ବୋଲକରା ଶାସକ ବିଜେଡିର ଦଳୀୟ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରୁଥିବାର ମଧ୍ୟ ଅନେକ ପ୍ରମାଣ ମଧ୍ୟ ରହିଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିପଡିଛି ବୋଲି ଅଭିଯୋଗ କରିଛନ୍ତି ସତ୍ୟବ୍ରତ ।

NCRB ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳା ଓ ଶିଶୁ ନିର୍ଯାତନା ତଥା ହିଂସା ପ୍ରତିଦିନ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଁଚିଛି । ନିଶା ବେପାର, ଗଞ୍ଜେଇ ଚାଲଣ, ସାଇବର କ୍ରାଇମ୍‌ରେ ଓଡିଶା ରାଜ୍ୟ ଶୀର୍ଷରେ ପହଁଚିଲାଣି । ପୋଲିସର କାର୍ଯ୍ୟର ନିରପେକ୍ଷତାକୁ ନେଇ ଓଡିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ନୂତନ ଭାବେ ନିଯୁକ୍ତ ପାଇଥିବା ପୋଲିସ ଡିଜି ସୁନୀଲ୍ ବଂଶଲ୍ ଯେତେ ଦକ୍ଷ ହେଲେବି, ବିନା ଭିତ୍ତିଭୂମି ଓ କର୍ମଚାରୀ ଅଭାବରେ କଣ କରିବେ ବୋଲି ବିଜେପି ପ୍ରଶ୍ନ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 17, 2021, 8:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.