ETV Bharat / city

'ପର ଘର ତିଅଣରେ ଅତିଥି ଚର୍ଚ୍ଚା କରୁଛି ବିଜେଡି'

ରାଜ୍ୟରେ ପକ୍କା ଘର ନିର୍ମାଣ ନେଇ ରାଜ୍ୟବାସୀଙ୍କୁ ବିଜେଡି ଭୁଆଁ ବୁଲାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

author img

By

Published : Sep 16, 2019, 3:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାକୁ ଭ୍ରୁକ୍ଷେପ ଓ ହତାଦର କରିଛି ବିଜେଡି । ପର ଘର ତିଅଣରେ ଅତିଥି ଚର୍ଚ୍ଚା ବିଜେଡି ସରକାର କରୁଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । କେବଳ ଏତିକି ନୁହେଁ ରାଜ୍ୟରେ ପକ୍କା ଘର ନିର୍ମାଣ ନେଇ ରାଜ୍ୟବାସୀଙ୍କୁ ବିଜେଡି ଭୁଆଁ ବୁଲାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ 4 ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଛନ୍ତି । ବାସ୍ତବରେ ଏହା କେନ୍ଦ୍ରୀୟ ଯୋଜନାରେ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ । ଏହାକୁ ବିଜୁ ପକ୍କା ଘର ନାଁରେ ବିଜ୍ଞାପନ ପ୍ରକାଶ କରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

୨୦୧୪ ନିର୍ବାଚନୀ ଇସ୍ତାହାରରେ ୨୦ ଲକ୍ଷ ପକ୍କା ଘର ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, ବାସ୍ତବତା ହେଲା ୨୦ ଲକ୍ଷ ପକ୍କା ଘରୁ ୩ ଲକ୍ଷ ୭୭ ହଜାର ବିଜୁ ପକ୍କା ଘର ଅନ୍ତର୍ଗତ ହୋଇଥିବା ବେଳେ ପ୍ରାୟ ୧୭ ଲକ୍ଷ ଘର ହେଉଛି କେନ୍ଦ୍ରୀୟ ଅନ୍ତର୍ଗତ । ବିଜ୍ଞାପନରେ ପିଏମ ଶବ୍ଦକୁ ଲୁଚାଇ ଚତୁରତାର ସହ ବିଜୁ ପକ୍କା ଘର ଉଲ୍ଲେଖ କରାଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସଂଘୀୟ ବ୍ୟବସ୍ଥାକୁ ବେଖାତିର କରିଛି ବିଜେଡି।ରାଜ୍ୟରେ ପକ୍କା ଘର ନିର୍ମାଣକୁ ନେଇ ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଛି ବିଜେଡି:ବିଜେପିBody:ସଂଘୀୟ ବ୍ୟବସ୍ଥାକୁ ଭ୍ରୁକ୍ଷେପ ଓ ହତାଦର କରିଛି ବିଜେଡି।ପର ଘର ତିଅଣରେ ଅତିଥି ସତ୍କାର କରୁଛି ବିଜେଡି ସରକାର ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି।ରାଜ୍ୟରେ ପକ୍କା ଘର ନିର୍ମାଣ ନେଇ ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଛି ବିଜେଡି ବୋଲି ସୋମବାର ଭୁବନେଶ୍ୱର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ 4 ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ବିଭିନ୍ନ ଗଣମାଧ୍ୟମ ରେ ବିଜ୍ଞାପନ ପ୍ରକାଶ କରିଛନ୍ତି।ବାସ୍ତବରେ ଏହା କେନ୍ଦ୍ରୀୟ ଯୋଜନାରେ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ। ଏହାକୁ ବିଜୁ ପକ୍କା ଘର ନାଁ ରେ ବିଜ୍ଞାପନ ପ୍ରକାଶ କରି ଓଡିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀ।୨୦୧୪ ନିର୍ବାଚନୀ ଇସ୍ତାହାର ରେ ୨୦ ଲକ୍ଷ ପକ୍କା ଘର ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ,ବାସ୍ତବତା ହେଲା ୨୦ ଲକ୍ଷ ପକ୍କା ଘରୁ ୩ ଲକ୍ଷ ୭୭ ହଜାର ବିଜୁ ପକ୍କା ଘର ଅନ୍ତର୍ଗତ ହୋଇଥିବା ବେଳେ ପ୍ରାୟ ୧୭ ଲକ୍ଷ ଘର ହେଉଛି କେନ୍ଦ୍ରୀୟ ଅନ୍ତର୍ଗତ।ବିଜ୍ଞାପନ ରେ ପିଏମ ଶବ୍ଦ କୁ ଲୁଚେଇ ଚତୁରତାର ସହ ବିଜୁ ପକ୍କା ଘର ଉଲ୍ଲେଖ କରାଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.