ETV Bharat / city

କିଛି ନ ଜାଣି ଲେଲିନ ବାବୁ ଦେଇଥିବା ଅଳ୍ପ ବିଦ୍ୟା ଭୟଙ୍କର ଜ୍ଞାନ ହାସ୍ୟାସ୍ପଦ: ଗୋଲକ - ରାଜ୍ୟରେ ଖଣିଜ ପଦାର୍ଥ ବିକ୍ରି ପ୍ରସଙ୍ଗ

ରାଜ୍ୟରେ ଖଣିଜ ପଦାର୍ଥ ବିକ୍ରି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଖଣିଜ ପଦାର୍ଥ ବିକ୍ରି ନେଇ ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ବିଧାୟକ ଦଳ । ଅଧିକ ପଢନ୍ତୁ...

କିଛି ନ ଜାଣି ଲେଲିନ ବାବୁ ଦେଇଥିବା ଅଳ୍ପ ବିଦ୍ୟା ଭୟଙ୍କର ଜ୍ଞାନ ହାସ୍ୟାସ୍ପଦ

author img

By

Published : Jun 16, 2021, 10:14 PM IST

ଭୁବନେଶ୍ବର: ରାଜ୍ୟରେ ଖଣିଜ ପଦାର୍ଥ ବିକ୍ରି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଖଣିଜ ପଦାର୍ଥ ବିକ୍ରି ନେଇ ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ବିଧାୟକ ଦଳ । ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।

ହେଲେ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେପିର ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ଲେନିନ କହିବା ପରେ ଏବେ ସାମ୍ନାକୁ ଆସିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ଗୋଲକ କହିଛନ୍ତି, ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଦେଇଥିବା ମତ ମନ୍ତବ୍ୟରୁ ତାଙ୍କର ଜ୍ଞାନ ବହୁତ କମ୍ ବୋଲି ଜଣାପଡ଼ୁଛି । ଲେଲିନ ବାବୁ ଓଡ଼ିଶା ସରକାରଙ୍କ ଖଣି ବିଭାଗ ଏବଂ ଖଣି ବିଭାଗର ପ୍ରମୁଖ ସଚିବଙ୍କ ସହ ଏପ୍ରସଙ୍ଗରେ କଥା ହୋଇ ଉତ୍ତର ରଖିଥିଲେ ଭଲ ହୋଇଥାନ୍ତା ।

ମାତ୍ର କିଛି ନଜାଣି ଅଳ୍ପ ବିଦ୍ୟାର ଯେଉଁ ଭୟଙ୍କର ଜ୍ଞାନ ଦେଇଛନ୍ତି ତାହା ହାସ୍ୟାସ୍ପଦ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ବିଜେପି ସବୁବେଳେ ତଥ୍ୟ ଆଧାରରେ ଏବଂ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସିଛି ।

ଲେଲିନ ବାବୁ ପ୍ରଥମେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଖଣି ଅଞ୍ଚଳରେ ଦଳ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ଠିକ୍ କି ନାହିଁ ? ଖଣି ବିଭାଗ ସଚିବ କହିଥିଲେ ଯେ ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କୋରୋନା ମହାମାରୀ କାରଣ ନୁହେଁ ।

ତେଣୁ ଏମଏମଡିଆର ଆକ୍ଟ୧୨ ଅନୁସାରେ ୨୦୨୦ ନଭେମ୍ବର ସୁଦ୍ଧା ୧ ଉଠାଯାଇ ନଥିବା ୧୬.୫ ନିୟୁତ ଟନ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି । ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ ।

ନିଜ ଖଣି ବିଭାଗର ସଚିବ ଏକଥା କହିଛନ୍ତି କି ନାହିଁ ଲେଲିନ ବାବୁ ପଚାରି ବୁଝି ଉତ୍ତର ଦିଅନ୍ତୁ ବୋଲି ଗୋଲକ କହିଛନ୍ତି । ୧୦ ହଜାର କୋଟି ଟଙ୍କା ମୂଲ୍ୟର ୧୬.୫ ମିଲିୟନ ମେଟ୍ରିକ୍ ଟନ ଲୁହା ପଥର ଖଣି ଅଂଚଳରେ ବିକ୍ରି ନହୋଇ ପଡ଼ି ରହିଛି ନା ନାହିଁ?

ଏହି ଲୁହାପଥର ବିକ୍ରି ହେଲେ ରାଜ୍ୟ ସରକାରଙ୍କର ଲାଭ ହେବ । ରାଜସ୍ବ ବଢ଼ିବା ସହ କୋଭିଡ୍ ସମୟରେ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଲାଗିବ । ତେବେ ଲେଲିନ ବାବୁ କ’ଣ ଚାହୁଁନାହାନ୍ତି ଲୁହା ପଥର ବିକ୍ରି କରାଯାଇ ତାହାର ଅର୍ଥ ଓଡ଼ିଶାବାସୀଙ୍କ ସ୍ବାର୍ଥରେ ଲାଗୁ ବୋଲି ଗୋଲକ ପ୍ରଶ୍ନ କରିଛନ୍ତି ।

ନ ଜାଣି ଜାଣି ପଣସ ଖାଇ ଅନ୍ୟ କାହା ମୁଣ୍ଡରେ ଅଠା ବୋଳିବା ତଥା ରାଜ୍ୟ ତହବିଲକୁ ତଳିତଳାନ୍ତ କରି କେବଳ କେନ୍ଦ୍ର ଉପରେ ଦୋଷ ଲଦିବା ଚେଷ୍ଟା କରୁଛନ୍ତି ବୋଲି ଗୋଲକ କହିଛନ୍ତି । ଜଣେ ରାଜନୈତିକ ବ୍ୟକ୍ତି ହୋଇ ମଧ୍ୟ ଗୋଟିଏ ଦଳର ମୁଖପାତ୍ର ଭାବରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ନିଜ ଛବି ଗଣମାଧ୍ୟମରେ ବାହାରିବା ପାଇଁ ସେ ମିଛ କହିବା ନିନ୍ଦନୀୟ ।

ରାଜ୍ୟ ଏବଂ ରାଜ୍ୟବାସୀଙ୍କ ବିକାଶ ପାଇଁ ଲଢ଼ିବା ଯଦି ମିଡ଼ିଆରେ ବାହାରିବା ପାଇଁ ବିଜେପି ଉଦ୍ୟମ କରିବା ଲେନିନ୍ ବାବୁ କହୁଛନ୍ତି ତେବେ ବିଜେପି ପକ୍ଷରୁ ଏହାକୁ ସ୍ବାଗତ କରାଯିବ ବୋଲି ଗୋଲକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.