ETV Bharat / city

'ପାଣି ବିନା ମାଛ ଛଟପଟ, କ୍ଷମତା ବିନା କଂଗ୍ରେସ ଛଟପଟ' - କଂଗ୍ରେସକୁ ବିଜେପିର ଜବାବ

ପ୍ରତିଦ୍ୱନ୍ଦୀ କଂଗ୍ରେସକୁ ମୁହଁତୋଡ ଜବାବ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। କଂଗ୍ରେସ ଦେଶଦ୍ରୋହୀ, ଯେମିତି ପାଣି ବିନା ମାଛ ଛଟପଟ ହୁଏ ସେମିତି କ୍ଷମତା ବିନା କଂଗ୍ରେସ ଛଟପଟ ହେଉଛି ବୋଲି କଟାକ୍ଷ କରିଛନ୍ତି ସେ। ଅଧିକ ଖବର ପଢନ୍ତୁ...

'ପାଣି ବିନା ମାଛ ଛଟପଟ; କ୍ଷମତା ବିନା କଂଗ୍ରେସ ଛଟପଟ'

author img

By

Published : Jan 26, 2020, 6:38 PM IST

ଭୁବନେଶ୍ବର: ପ୍ରତିଦ୍ୱନ୍ଦୀ କଂଗ୍ରେସକୁ ମୁହଁତୋଡ ଜବାବ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। କଂଗ୍ରେସ ଦେଶଦ୍ରୋହୀ, ଯେମିତି ପାଣି ବିନା ମାଛ ଛଟପଟ ହୁଏ ସେମିତି କ୍ଷମତା ବିନା କଂଗ୍ରେସ ଛଟପଟ ହେଉଛି।କଂଗ୍ରେସ ଭବନରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେଶରେ ଯେଉଁ ଶକ୍ତି ଉଭା ହୋଇଛି ତାହା ଗଣତନ୍ତ୍ର ପାଇଁ ବିପଦ ହେବା ସହ ସମ୍ବିଧାନ ସଂକଟରେ ବୋଲି କହିଥିଲେ। ଏହାକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିବା ଦରକାର ବୋଲି ପ୍ରତିକ୍ରିୟା ରଖିଥିଲେ ସେ।

ଏହାର ଜବାବ ଦେଇଛି ରାଜ୍ୟ ବିଜେପି। ‘କଂଗ୍ରେସ ଦେଶଦ୍ରୋହୀ,ସାଧାରଣତନ୍ତ୍ର ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ବିଜେପି ଦୃଢ ଭାବେ ନିନ୍ଦା କରୁଛି ବୋଲି ସଧାରଣତନ୍ତ୍ର ଦିବସରେ ଏହା କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି। ’

'ପାଣି ବିନା ମାଛ ଛଟପଟ; କ୍ଷମତା ବିନା କଂଗ୍ରେସ ଛଟପଟ'

ସମ୍ବିଧାନ ଦେଶ ପାଇଁ । ପ୍ରଧାନମନ୍ତ୍ରୀ ହେଉଛନ୍ତି ସାରା ଦେଶର ପ୍ରଧାନମନ୍ତ୍ରୀ। ଗଣତନ୍ତ୍ରର ମନ୍ଦିର ହେଉଛି ସଂସଦ। ଆଜି ଭଳି ପବିତ୍ର ଦିବସରେ କଳା ଦିବସ ପାଳିବା ଏବଂ ସମ୍ବିଧାନ ଅସୁରକ୍ଷିତ କହିବା ଠିକ ନୁହେଁ। ଲୋକେ କଂଗ୍ରେସ ବିଷୟରେ ସବୁ ଜାଣିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି।

ଦେଶରେ ସିଏଏ, ଏନପିଆର ବିରୋଧରେ କଂଗ୍ରେସ ସ୍ବର ଉତ୍ତୋଳନ କରିଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମ୍ବିଧାନକୁ ସୁରକ୍ଷା ଦେବା ଓ ସମ୍ବିଧାନର ମୁଖବନ୍ଧକୁ ସମ୍ମାନ ଦେବା ନେଇ ଶପଥ ପାଠ କରିଥିଲା କଂଗ୍ରେସ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:କଂଗ୍ରେସ କୁ କଡା ଜବାବ ଦେଲେ ବିଜେପି ରାଜ୍ୟ ସଭାପତି।

Body:କଂଗ୍ରେସ ଦେଶଦ୍ରୋହୀ, ଯେମିତି ପାଣି ବିନା ମାଛ ଛଟପଟ ହୁଏ ସେମିତି କ୍ଷମତା ବିନା କଂଗ୍ରେସ ଛଟପଟ ହେଉଛି।

କଂଗ୍ରେସ ଭବନରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ,ଦେଶରେ ଯେଉଁ ଶକ୍ତି ଉଭା ହୋଇଛି ତାହା ଗଣତନ୍ତ୍ର ପାଇଁ ବିପଦ,ସମ୍ବିଧାନ ସଂକଟରେ ,ସୁରକ୍ଷା ଦେବାକୁ ଆଗେଇ ଆସିବା ଦରକାର ବୋଲି ଟିପ୍ପଣୀର କଡା ଜବାବ ରଖିଛି ରାଜ୍ୟ ବିଜେପି।କଂଗ୍ରେସ ଏକ ଦେଶଦ୍ରୋହୀ,ସାଧାରଣତନ୍ତ୍ର ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ,ବିଜେପି ଦୃଢ ଭାବେ ନିନ୍ଦା କରୁଛି ବୋଲି ସଧାରଣତନ୍ତ୍ର ଦିବସରେ ଏହା କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି।

ସମ୍ବିଧାନ ଦେଶ ପାଇଁ,ପ୍ରଧାନମନ୍ତ୍ରୀ ହେଉଛନ୍ତି ସାରା ଦେଶର ପ୍ରଧାନମନ୍ତ୍ରୀ।ଗଣତନ୍ତ୍ରର ମନ୍ଦିର ହେଉଛି ସଂସଦ।ଆଜି ଭଳି ପବିତ୍ର ଦିବସରେ କଳା ଦିବସ ପାଳିବା ଏବଂ ସମ୍ବିଧାନ ଅସୁରକ୍ଷିତ କହିବା ଠିକ ନୁହେଁ।ମାଛ ଯେପରି ବିନା ପାଣିରେ ଛଟପଟ ହୁଏ ,କ୍ଷମତା ବିନା କଂଗ୍ରେସ ଯନ୍ତ୍ରଣାରେ ଛଟପଟ ହେଉଛି।ଲୋକେ କଂଗ୍ରେସ ବିଷୟରେ ସବୁ ଜାଣିଛନ୍ତି ବୋଲି ସଭାପତି କହିଛନ୍ତି।

ସୂଚନା ଥାଉକି ଦେଶରେ ସିଏଏ, ଏନପିଆର ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିଛି।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମ୍ବିଧାନକୁ ସୁରକ୍ଷା ଦେବା ଓ ସମ୍ବିଧାନର ମୁଖବନ୍ଧର ସମ୍ମାନ ଦେବା ନେଇ ଶପଥ ପାଠ କରିଥିଲା କଂଗ୍ରେସ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.