ETV Bharat / city

ବିବାଦୀୟ ଅଞ୍ଚଳ ପରିଦର୍ଶନ ପରେ ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

author img

By

Published : Feb 13, 2021, 5:13 PM IST

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ 10 ଜଣିଆ ପ୍ରତିନିଧି ଦଳ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ । ଗତ 4 ଦିନ ଧରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲା ଟିମ । ବିଜେପିର ଦଶ ଜଣିଆ ଟିମ ବିବାଦୀୟ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରେସମିଟ । ଅଧିକ ପଢନ୍ତୁ...

BJP state president
ବିବାଦୀୟ ଅଞ୍ଚଳ ପରିଦର୍ଶନ ପରେ ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମୀଳନୀ

ଭୁବନେଶ୍ବର: ରାଜ୍ୟ ସୀମାବର୍ତ୍ତୀ ଜିଲ୍ଲା ଗସ୍ତ କରିଥିଲା ରାଜ୍ୟ ବିଜେପିର ପ୍ରତିନିଧି ଦଳ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ 10 ଜଣିଆ ପ୍ରତିନିଧି ଦଳ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ । 4 ଦିନ ଧରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲା ଟିମ । ବିଜେପିର ଦଶ ଜଣିଆ ଟିମ ବିବାଦୀୟ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ସଭାପତି ସମୀର ମହାନ୍ତି ଓ ଦଳୀୟ ନେତାଙ୍କ ପ୍ରେସମିଟ କରିଛନ୍ତି। ସର୍ବଦଳୀୟ ବୈଠକରେ ସାମାଜିକ ନେତୃତ୍ବଙ୍କୁ ଡାକି ସମାଧାନର ବାଟ ବାହାର କରନ୍ତୁ ରାଜ୍ୟ ସରକାର । କୋଟିଆ ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି କିନ୍ତୁ ଅନ୍ୟ ୪ଟି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ପାଇଁ କଣ ପଦକ୍ଷେପ ନେଇଛନ୍ତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି ବିଜେପି କହିଛି ।

ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଅସୁରକ୍ଷିତ । ସାଢେ 4 କୋଟି ଓଡ଼ିଆ ମୋ ପରିବାରର ଲୋକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡିଶା ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି । ଆନ୍ଧ୍ର ସରକାର ଅନାଧିକୃତ ଭାବେ ଓଡ଼ିଶାରେ ପଶି ନିର୍ବାଚନ କରୁଛନ୍ତି । ଗଣମାଧ୍ୟମରେ କୋଟିଆ କଥା ଆସିବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । କିନ୍ତୁ ଏତେ ବିଳମ୍ବ କାହିଁକି ହେଲା ? ରାଜ୍ୟର ଗୁଇନ୍ଦା ବିଭାଗ ସମ୍ପୂର୍ଣ ଫେଲ । ସବୁ ସୀମାବର୍ତ୍ତୀ ଜିଲ୍ଲାରେ ଆନ୍ଧ୍ର ନିର୍ବାଚନ କରୁଛି, ରାଜ୍ୟବାସୀଙ୍କୁ ସରକାର ଏ ବାବଦରେ ଲୁଚାଇଲେ କାହିଁକି ? ପୂର୍ବରୁ ଆମ ଦଳ ନେତା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିଲେ । ହେଲେ ନିର୍ବାଚନ ହେଉନାହିଁ ବୋଲି ମିଛ କହିଥିଲେ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀ । ତିତିଲି ବାତ୍ୟାରେ ପ୍ରଭାବିତ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ମଣିକପାଟଣା ଗାଁରେ ନିର୍ବାଚନ ହେଉଛି । ସେଠାରେ ଓଡିଶା ସରକାରଙ୍କ ସାମାନ୍ୟତମ ସୁବିଧା ପହଞ୍ଚିନଥିବା ବେଳେ, ଆନ୍ଧ୍ର ସରକାର ସମସ୍ତ ସୁବିଧା ଦେଉଛନ୍ତି । ବିଛିନ୍ନାଞ୍ଚଳରେ ମଧ୍ୟ ଆନ୍ଧ୍ର ସରକାର ସ୍କୁଲ କରି ଓଡ଼ିଆ ଶିକ୍ଷକ ରଖି ପାଠ ପଢ଼ାଉଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନର ବିବାଦରେ ପାତ୍ରପୁର ଓ ରାୟଗଡ ବ୍ଲକରେ ସରକାରୀ ସାହାଯ୍ୟ ପହଞ୍ଚୁନି । ଯାହାର ଫାଇଦା ଆନ୍ଧ୍ର ନେଉଛି । ବାହାଘର ବେଳେ ବାଇଗଣ ରୁଆ କରୁଛନ୍ତି ଓଡିଶା ସରକାର । ଏବେ ପ୍ରସଙ୍ଗ ଉଠିଥିବାରୁ ରାସ୍ତାଘାଟ କରାଯାଉଛି ବୋଲି ସରକାର କହୁଛନ୍ତି । ରାଜସ୍ବ ସଚିବ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ କରନ୍ତୁ ବୁଢ଼ୀଖଳା ଗାଁ ପାତ୍ରପୁର ବ୍ଲକର ନା ରାୟଗଡ ବ୍ଲକର । ସ୍ବତନ୍ତ୍ର ରିଲିଫ କମିଶନର ମଧ୍ୟ ସ୍ପଷ୍ଟ କରନ୍ତୁ ବାତ୍ୟା ସହାୟତା ସେଠାରେ କେଉଁ ହିତାଧିକାରୀଙ୍କୁ ଦିଆଯାଇଛି । ରାଜ୍ୟରେ ଶାସନ ବ୍ୟବସ୍ଥା ଅକାମୀ ହୋଇଯାଇଛି ଚାଲୁନି ବୋଲି ବିଜେପି ସଭାପତି କହିଛନ୍ତି ।

୨୦୧୮ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି କେନ୍ଦ୍ର ସହାୟତା ଦେବ ବୋଲି ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ପ୍ରସଙ୍ଗ କେନ୍ଦ୍ରମନ୍ତ୍ରୀ ପରିଷଦକୁ ନେବାପାଇଁ । କିନ୍ତୁ ରାଜ୍ୟ ସରକାର ସାମାନ୍ୟତମ ଚେଷ୍ଟା କଲେ ନାହିଁ । ସେଠାରେ ଉନ୍ନତିମୂଳକ କାମର ଗୋଟିଏ ବୋର୍ଡ଼ରେ ଗୋଟେ ପଟେ ଓଡ଼ିଆ ଓ ଅନ୍ୟପଟେ ତେଲୁଗୁ ଲେଖାଯାଇଛି । ସନ୍ଦେହ ହେଉଛି ବିଲ କରି ପଇସା ଖାଇଯାଇନାହାଁନ୍ତି ତ ? ସର୍ବଦଳୀୟ ବୈଠକ ଡାକି ସାମାଜିକ ନେତୃତ୍ବଙ୍କୁ ଡାକି ସମାଧାନର ବାଟ ବାହାର କରନ୍ତୁ ରାଜ୍ୟ ସରକାର । କୋଟିଆ ପାଇଁ ସୁପ୍ରିମ କୋର୍ଟ ଯାଇଛନ୍ତି । କିନ୍ତୁ ଅନ୍ୟାନ୍ୟ ସୀମାବର୍ତ୍ତୀ ୪ଟି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ପାଇଁ କଣ ପଦକ୍ଷେପ ନେଇଛନ୍ତି ସ୍ପଷ୍ଟ କରନ୍ତୁ ସରକାର । ବିଜେପି ସୀମା ସୁରକ୍ଷା ପାଇଁ ସୀମାନ୍ତ ସୁରକ୍ଷା ସେଲ ଗଠନ କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.