ETV Bharat / city

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ; 2024ରେ ରାମରାଜ୍ୟ ଗଢିବ ବିଜେପି !

ଭିସି ଜରିଆରେ ଚାଲିଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ରାଜ୍ୟର ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିସ୍ତାର ଭାବେ ଆଲୋଚନା ହେଉଛି । ଏହି ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ 25 ସଦସ୍ୟ । ଅଧିକ ପଢନ୍ତୁ...

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ; ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ଚାଲିଛି ଆଲୋଚନା

author img

By

Published : Sep 5, 2020, 3:36 PM IST

Updated : Sep 5, 2020, 4:33 PM IST

ଭୁବନେଶ୍ବର: ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ଖସଡ଼ା । ରାଜ୍ୟର ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବୈଠକରେ ବିସ୍ତାର ଭାବେ ଆଲୋଚନା ହେଉଛି ।

ଆଗାମୀ ଦିନରେ ଦଳର ରାଜନୈତିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେଇଥିବା ଆହ୍ଵାନକୁ ଦଳ ଗମ୍ଭୀରତା ସହ କାର୍ଯ୍ୟକାରୀ କରିବ । ଏହାସହ ଦଳ ୨୦୨୪ରେ ରାଜ୍ୟରେ ଶାସନ କରିବା ପାଇଁ ଦେଇଥିବା ଆହ୍ବାନକୁ ଦଳ ସାକାର କରିବ । ଓଡ଼ିଶାରେ ବିଜେପି ରାମ ରାଜ୍ୟ ଭଳି ଶାସନ ଦେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମଧ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର ।

ରାଜ୍ୟରେ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା, କୋଭିଡ୍ କିଟ୍ କିଣାରେ ଦୁର୍ନୀତି ଓ ଅନିୟମିତତା ଆଦି ବିଷୟରେ ଆଲୋଚନା ହୋଇଛି । ମନେରଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବନ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ପରିଚାଳନା ତ୍ରୁଟି ଉପରେ ମଧ୍ୟ ଆଲୋଚନା ହୋଇଛି । ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଏବଂ ନିକଟରେ ରାଜ୍ୟ କ୍ୟାବିନେଟରେ ବିଶ୍ଵ ବିଦ୍ୟାଳୟ ଆଇନ ସଂଶୋଧନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛି ଦଳ । ଏଭଳି ତମାମ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଦଳ ରାଜ୍ୟରେ ବ୍ୟାପକ ରାଜନୈତିକ କାର୍ଯ୍ୟକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଭୃଗୁ ।

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ; 2024ରେ ରାମରାଜ୍ୟ ଗଢିବ ବିଜେପି !

ସେପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ରାଜ୍ୟକୁ ଦିଆଯାଇଥିବା ଅନୁଦାନ ଉପରେ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ମୋଦି ଅଧିକ ଟଙ୍କା ଦେଇଛନ୍ତି । ଏହାସହ ମୋଦି ସରକାରରେ ଓଡ଼ିଆ ମାନଙ୍କୁ ଅଧିକ ସୁଯୋଗ ମିଳିଛି, ପରିଚୟ ମିଳିଛି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ମୋଦି ସରକାର ବିଭିନ୍ନ ଐତିହାସିକ ପଦକ୍ଷେପ ନେଇଥିବା କଥା ସେ କହିଛନ୍ତି । ଟ୍ରିପଲ ତଲାଲ, ନାଗରିକ ସଂଶୋଧନ ଆଇନ ଏବଂ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଭଳି ନିଷ୍ପତ୍ତି ପାଇଁ ମୋଦି ସରକାରଙ୍କୁ କାର୍ଯ୍ୟକାରିଣୀରେ ଧନ୍ୟବାଦ ଦିଆଯାଇଛି । ଏହାସହ ଆଗାମୀ ଦିନରେ ମୋଦିଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନା ସଫଳ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି, ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଏହି ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ 25 ସଦସ୍ୟ । ୱେବନାର ଜରିଆରେ ଏହା ଆୟୋଜନ ହେଉଛି । ଏହି ବୈଠକ ସନ୍ଧ୍ୟା 6ଟା ଯାଏଁ ଚାଲିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 5, 2020, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.