ETV Bharat / city

Panchayat Polls: ଡିଜିଟାଲରେ ପ୍ରଚାର କରିବେ ବିଜେପିର ହେଭିୱେଟ - ବିଜେପିର ଡିଜିଟାଲ ନିର୍ବାଚନ ପ୍ରଚାର

ଡିଜିଟାଲ ଓ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବିଜେପିର ଷ୍ଟାର ପ୍ରଚାରକ । ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

ଡିଜିଟାଲରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପିର ଷ୍ଟାର ପ୍ରଚାରକ

author img

By

Published : Feb 2, 2022, 3:19 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ସରଗରମ୍ ରହିଛି ଗାଁ ରାଜନୀତି । ପ୍ରଚାରରେ କମ୍ପୁଛି ଗାଁ ଗଣ୍ଡା । କଟକଣା ମଧ୍ୟରେ ଡିଜିଟାଲ କ୍ୟାମ୍ପେନ ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଜେପି ମଧ୍ୟ ସୋସିଆଲ ମିଡିଆ ଜରିଆରେ ପ୍ରଚାର ଆରମ୍ଭ କରିଥିବାବେଳେ ଏବେ ଡିଜିଟାଲ ଓ ଭର୍ଚୁଆଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପିର ଷ୍ଟାର ପ୍ରଚାରକ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନି, ଗିରିରାଜ ସିଂ, ନରେନ୍ଦ୍ର ସିଂ ତୋମାର ପ୍ରମୁଖ ।

ଡିଜିଟାଲରେ ପ୍ରଚାର କରିବେ ବିଜେପିର ହେଭିୱେଟ

ଆସନ୍ତାକାଲି (ଗୁରୁବାର) ଦଳ ବିଧିବଦ୍ଧ ଭାବେ ଡିଜିଟାଲରେ ପ୍ରଚାର ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ପ୍ରକାଶଥାଉ କି, ଆସନ୍ତା ୧୬ରୁ ମୋଟ୍ ୫ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ନିଜ ନେତା ବାଛିବେ ଭୋଟର । ସକାଳ ୭ଟାରୁ ଦିନ ୧ ଟା ଯାଏଁ ମତଦାନ ଚାଲିବ । କୋରୋନା ସଙ୍କଟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କରାଯାଉଥିବାରୁ ଏନେଇ କେତେକ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ । ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ । କୌଣସି ସଭା ସମ୍ମିଳନୀକୁ ଅନୁମତି ନ ଦିଆଯାଇଥିବାବେଳେ ଭର୍ଚୁଆଲରେ କ୍ୟାମ୍ପେନ କରିପାରିବେ ପ୍ରାର୍ଥୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.