ଭୁବନେଶ୍ବର: ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା । ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜେପି 20 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ତିନି କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ଟାଣୁଆ ନେତା ପ୍ରଚାର ତାଲିକାରେ ଥିବାବେଳେ ଏଥିରୁ ବାଦ୍ ପଡିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
-
ପିପିଲି ଉପ-ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରାଯାଇଛି। pic.twitter.com/T0JNzb8avS
— BJP Odisha (@BJP4Odisha) September 14, 2021 " class="align-text-top noRightClick twitterSection" data="
">ପିପିଲି ଉପ-ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରାଯାଇଛି। pic.twitter.com/T0JNzb8avS
— BJP Odisha (@BJP4Odisha) September 14, 2021ପିପିଲି ଉପ-ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରାଯାଇଛି। pic.twitter.com/T0JNzb8avS
— BJP Odisha (@BJP4Odisha) September 14, 2021
ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ଅଛନ୍ତି ସମୀର ମହାନ୍ତି । ସେହିପରି ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଇଂ ବିଶେଶ୍ବର ଟୁଡୁ ଲିଷ୍ଟରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ବୈଜୟନ୍ତ ପଣ୍ଡା, ଓଡିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ବିଜୟ ପଲ ସିଂ ତୋମାର, ସାଂସଦ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମନମୋହନ ଲାଲ, କେଭି ସିଂହଦେଓ, ସୁରମା ପାଢୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ, ମୋହନ ଚନ୍ଦ୍ର ମାଝୀ, ପ୍ରଭାବତୀ ପରିଡା, ମାନସ କୁମାର ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଲିଷ୍ଟରେ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର 30ରେ ହେବାକୁ ଯାଇଛି ପିପିଲି ଉପନିର୍ବାଚନ । ପିପିଲି ଫାଇଟ ପାଇଁ ସଜବାଜ ହେଉଛନ୍ତି ତିନି ପ୍ରମୁଖ ଦଳ । ଏନେଇ ବିଜେପି ପକ୍ଷରୁ ପ୍ରଥମେ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ