ETV Bharat / city

Odisha CM writes to PM; ବାଃ ବାଃ ନେବାକୁ ଚିଠି ଲେଖୁଛନ୍ତି ନବୀନ - Odisha CM writes to PM

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKY)କୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଅଧିକ ପଢନ୍ତୁ

CM letter to PM
ବାହାବା ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ମୁଖ୍ୟମନ୍ତ୍ରୀ
author img

By

Published : Nov 21, 2021, 7:08 PM IST

Updated : Nov 21, 2021, 7:33 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ(PM Narendra Modi)ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ (CM naveen pattnaik)। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKY)କୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

Odisha CM writes to PM; ବାଃ ବାଃ ନେବାକୁ ଚିଠି ଲେଖୁଛନ୍ତି ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର (Lekhasri samantsinghar) କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଅପେକ୍ଷା କରନ୍ତି ନାହିଁ । ନିଜ ଅନୁଭବ ଅନୁସାରେ ଯୋଜନା କରନ୍ତି । ଯଦି କେନ୍ଦ୍ର ସରକାର ଅନୁଭବ କରିବେ ନିଶ୍ଚୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅବଧି ବଢାଇବେ । ଚିଠି ଲେଖି ବାଃ ବାଃ ନେବାକୁ ଚେଷ୍ଟା କରନ୍ତୁ ନାହିଁ ମୁଖ୍ୟମନ୍ତ୍ରୀ ।

କୋରୋନା ସମୟରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିଛନ୍ତି । ତାହା ପୁଣି ଦୀପାବଳି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ଯଦି ହୃଦୟଙ୍ଗମ କରିବେ ତେବେ ପୁଣି ତାହା ଆଗକୁ ଜାରି ରହିବ। ଏମାନେ କେବଳ ହୀନ ରାଜନୀତି କରୁଛନ୍ତି । ନବୀନ ବାବୁଙ୍କ ଦାୟିତ୍ବ ଓଡିଶାର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ନ ଲେଖି ଆଗକୁ ନିର୍ବାଚନ ଆସୁଛି ନିଜେ ଘୋଷଣା କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Nov 21, 2021, 7:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.