ETV Bharat / city

ସ୍ବାସ୍ଥ୍ୟ କାର୍ଡ ରାଜନୀତି: ପ୍ରଣବଙ୍କ ଟ୍ବିଟର ଜବାବ ରଖିଲା ବିଜେପି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟକୁ ନେଇ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ବିଟ ପ୍ରସଙ୍ଗ । ଏହି ଟ୍ବିଟର ଜବାବ ରଖିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି । ଅଧିକ ପଢନ୍ତୁ...

author img

By

Published : Aug 20, 2021, 6:16 PM IST

Bjp reaction  tweet of bjd general secretary pranab praksh das on biju health smart card
ସ୍ବାସ୍ଥ୍ୟ କାର୍ଡ ରାଜନୀତି: ପ୍ରଣବଙ୍କ ଟ୍ବିଟର ଜବାବ ରଖିଲା ବିଜେପି

ଭୁବନେଶ୍ବର: ସ୍ବାସ୍ଥ୍ୟ ଯୋଜନାକୁ ନେଇ ସରଗରମ ରାଜନୀତି। ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରିଥିଲେ । ଯାହାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି ।

‘ଏହା କେଵଳ ଓଲ୍ଡ଼ ୱାଇନ ଇନ ନ୍ୟୁ ବୋଟଲ ଭଳି କାର୍ଯ୍ୟକ୍ରମ । କେନ୍ଦ୍ରରେ ଆୟୁଷ୍ମାନ ଯୋଜନା ଲାଗୁ ହେବା କଥା ଶୁଣି 2018 ମସିହାରେ ତରବରିଆ ଭାବରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି ରାଜ୍ୟ ସରକାର । ସେବେ ଠାରୁ ଆଜି ଯାଏ ସେ ଯୋଜନା କଥା ମନେ ପଡ଼ିଲା ନାହିଁ । ଏବେ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଲୋକଙ୍କୁ ଭୁଆଁ ବୁଲାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଓଡିଶାବାସୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରତ୍ୟାକ୍ଷିତ କଲେ । ଜନତାଙ୍କୁ ଠକିବା ପାଇଁ ନୂଆ କାର୍ଡ । କୌଣସି ନୂତନତା ନାହିଁ। କେଵଳ ମନ୍ତ୍ରୀ ନେତା ମାନେ ନୂଆ କଥା ଆଣିଛନ୍ତି ବୋଲି ପ୍ରଚାର କରିବେ । କାର୍ଡ କମ୍ପାନୀଙ୍କୁ ପୋଷିବା ପାଇଁ ଚିପ କାର୍ଡ ଅଣାଯାଇଛି । ସରକାରୀ ହସ୍ପିଟାଲ ଗୁଡ଼ିକରେ 52.7 % ଡାକ୍ତର ନାହାନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ମାଧ୍ୟମରେ ଚିକିତ୍ସା ମିଳିବାର ପ୍ରଶ୍ନ ହିଁ ଉଠୁନାହିଁ । ସରକାରୀ ଡାକ୍ତରଖାନାରେ ପଇସା ଦେଇ ଚିକିତ୍ସା କେବେ ଶୁଣାଯାଇ ନାହିଁ । ଏହା ଆଗରୁ ବି ମିଳୁଥିଲା ଏବେ ବି ମିଳିବ ବୋଲି କହିଛନ୍ତି ଯତୀନ ମହାନ୍ତି ।

ସେହିପରି ସ୍ବାସ୍ଥ୍ୟ କାର୍ଡରେ ଆସ୍ୟୁରାନ୍ସ ଓ ଇନସ୍ୟୁରାନ୍ସକୁ ନେଇ ବିଜେଡିକୁ ଜୋରଦାର ଟାର୍ଗେଟ କରିଛି ବିଜେପି । ଆସ୍ୟୁରାନ୍ସ ଓ ଇନସ୍ୟୁରାନ୍ସ ମାନେ ଜାଣିବା ଦରକାର । ରାଜ୍ୟ ସରକାର କେଵଳ ଆଶ୍ବାସନା ଦେଉଛନ୍ତି । ହରିଶ୍ଚନ୍ଦ୍ର ଯୋଜନାର ଅଶ୍ବାସନା ଆଜି ଯାଏଁ ମିଳିନାହିଁ । ପଞ୍ଚାୟତ ନିର୍ବାଚନ ପାଇଁ ଏହା କେଵଳ ଏକ ଧୂଆଁବାଣ ବୋଲି ଯତୀନ ମହାନ୍ତି କହିଛନ୍ତି ।

24 ହଜାର 315 କୋଟି ଟଙ୍କାର ସୁବିଧା 2 କୋଟି ଲୋକ ଲାଭବାନ ହେଲେଣି । ବିଜୁ ଯୋଜନାରେ କେତେ ହେଲେଣି କହିବେ କି ? 23 ହଜାର ହସ୍ପିଟାଲରେ ଆୟୁଷ୍ମାନ ମିଳୁଛି । ଓଡିଶାର ଏକ କୋଟି ଲୋକ ବାହାରେ କାମ କରୁଛନ୍ତି । ସେମାନେ ଯେତେବେଳେ ଓଡିଶା ଆସିବେ ଏ କାର୍ଡ କାମ କରିବ କି ନାହିଁ ଜଣାନାହିଁ । ପ୍ୟାକେଜିଂ କରି ଭୁଆଁ ବୁଲାଇବାକୁ ଚାହୁଁଛନ୍ତି । ଯେଉଁମାନେ ପୁରୁଣା କାର୍ଡ ପାଇଥିଲେ, କାହାର ବି କାମରେ ଆସିଲା ନାହିଁ । କୌଣସି ହସ୍ପିଟାଲ ଗ୍ରହଣ କଲେ ନାହିଁ । 2020-21 ଅର୍ଥନୈତିକ ସର୍ଭେ ଅନୁସାରେ ଶିଶୁ ମୃତ୍ୟୁ ହାର କମିଛି । ହେଲଥ ଇନସ୍ୟୁରାନ୍ସ ସ୍କିମ୍ 89 ଭାଗ ବଢ଼ିଛି । ଆୟୁଷ୍ମାନ ଭାରତ ଲାଗୁ ନକରି ଓଡିଶା ସରକାର ଓଡିଶାବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଆଗାମୀ ଦିନରେ ଓଡିଶାବାସୀ ତାହାର ଜବାବ ଦେବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.