ETV Bharat / city

ମାହାଙ୍ଗା ହତ୍ୟାକାଣ୍ଡ: କାର୍ଯ୍ୟାନୁଷ୍ଠାନ ନହେଲେ‌ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସଭାସମିତି କରାଇ ଦେବୁନି କହିଲା ବିଜେପି - BJP Leader Murder Case

ମାହାଙ୍ଗା ହତ୍ୟାକାଣ୍ଡରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି । ନଚେତ୍‌ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସଭାସମିତି କରାଇ ଦେବୁନି କହିଲା ବିଜେପି । ଅଧିକ ପଢନ୍ତୁ...

ମାହାଙ୍ଗା ହତ୍ୟାକାଣ୍ଡ
ମାହାଙ୍ଗା ହତ୍ୟାକାଣ୍ଡ
author img

By

Published : Jan 4, 2021, 11:31 AM IST

Updated : Jan 4, 2021, 12:32 PM IST

ଭୁବନେଶ୍ବର: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପିର ଦୁଇ ନେତାଙ୍କ ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ଘଟଣାରେ 48 ଘଣ୍ଟା ଭିତରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବି । କାର୍ଯ୍ୟାନୁଷ୍ଠାନ ନହେଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସଭାସମିତି କରାଇ ଦେବୁନି କହିଲେ ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ ।

ମାହାଙ୍ଗା ହତ୍ୟାକାଣ୍ଡ

ଘଟଣାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଟକରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଦଳର ବରିଷ୍ଠ ନେତା ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି ଯେ, ‘ମାହାଙ୍ଗାରେ ବିଜେଡି କର୍ମୀ ମାନଙ୍କ ଦ୍ଵାରା ହତ୍ୟା କରାଯାଇଥିବା ବିଜେପି କର୍ମୀ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡରେ ଯଦି 48 ଘଣ୍ଟା ମଧ୍ୟରେ ଦୋଷୀ ମାନଙ୍କୁ ଗିରଫ କରାନଯାଏ, ତେବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ କୌଣସି ସଭାସମିତି କରାଇ ଦିଆଯିବ ନାହିଁ ।’

ସେହିପରି ପୂର୍ବରୁ କଂଗ୍ରେସ ଶାସନ ସମୟରେ ଏପରି ଘଟଣା ଘଟୁଥିଲା । ଏବେ ବିଜେଡି ଶାସନରେ ମଧ୍ୟ ଏଭଳି ଘଟୁଛି । ଯାହା ନିନ୍ଦାଯୋଗ୍ୟ ବୋଲି ସେ ଟ୍ବିଟ୍‌ କରି ଦର୍ଶାଇଛନ୍ତି ।

ମାହାଙ୍ଗା ହତ୍ୟାକାଣ୍ଡ
ମାହାଙ୍ଗା ହତ୍ୟାକାଣ୍ଡ

ସୂଚନାଥାଉକି, ମାହାଙ୍ଗାରେ ଜାନୁଆରୀ 2 ତାରିଖ ରାତିରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛି । ଯାହାକୁ ନେଇ ବିଜେପି ଶାସକ ବିଜେଡି ଉପରେ ଦୋଷ ଲଦିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 4, 2021, 12:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.