ETV Bharat / city

ଫର୍ମ 11 ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଲା BJP, ଆୟୋଗଙ୍କୁ ସ୍ପଷ୍ଟୀକରଣ ମାଗିଲେ ସମୀର - ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟୀକରଣ ମାଗିଲେ ସମୀର

ପଞ୍ଚାୟତ ନିର୍ବାଚନ ଫର୍ମ 11 ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନିର୍ବାଚନ ଆୟୋଗଙ୍କୁ ମାଗିଛନ୍ତି ସ୍ପଷ୍ଟୀକରଣ । ଅଧିକ ପଢନ୍ତୁ

ଫର୍ମ 11 ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଲା ବିଜେପି, ଆୟୋଗଙ୍କୁ ସ୍ପଷ୍ଟୀକରଣ ମାଗିଲେ ସମୀର

author img

By

Published : Feb 25, 2022, 1:53 PM IST

Updated : Feb 25, 2022, 2:06 PM IST

ଭୁବନେଶ୍ବର: ଚଳିତ ପଞ୍ଚାୟତ ନିର୍ବାଚନ ଫର୍ମ 11 ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ କରି ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ତୁରନ୍ତ ଜବାବ ରଖନ୍ତୁ ବୋଲି ଦାବି କରିଛନ୍ତି ସମୀର ।

ଫର୍ମ 11 ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଲା BJP, ଆୟୋଗଙ୍କୁ ସ୍ପଷ୍ଟୀକରଣ ମାଗିଲେ ସମୀର

ଗଣତିରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଛି ବିଜେପି । ଶାସକ ଦଳକୁ ବିଜୟୀ କରିବା ପାଇଁ ଗଳାବାଟ ବାହାର କରିଛନ୍ତି ନିର୍ବାଚନ କମିଶନ । ଫର୍ମ 11 ମାଧ୍ୟମରେ କେତେ ପୁଲ୍ ହେଲା ତାହା ପ୍ରିଜାଇଡ଼ିଂ ଅଫିସର ଜଣାଇବା ଦରକାର । ତାହା ଇଲେକ୍ସନ ମାନୁଆଲ ରହିଥିଲା । ସର୍ବଦଳୀୟ ବୈଠକରେ ମଧ୍ୟ ଏହା କୁହାଯାଇଥିଲା । କିଛି ଜାଗାରେ ପ୍ରିଜାଇଡିଂ ଅଫିସର ଫର୍ମ 11 ପ୍ରକ୍ରିୟା ଜାଣିଛନ୍ତି ଓ କିଛି ଜାଗାରେ ଜାଣିନାହାନ୍ତି ।

ଅନ୍ୟପଟେ ଫେବୃଆରୀ 8 ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଗଣତି ବେଳେ ବାଲାଟ ବକ୍ସରୁ ଯେତିକି ବାଲାଟ ବାହାରିବ ତାହା ଚୂଡାନ୍ତ ହେବ । ଏହି ମ୍ୟାଜିକ କରି ପ୍ରାର୍ଥୀଙ୍କ ଚକ୍ଷୁ ବନ୍ଧନ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ଯଦି କୌଣସି ପ୍ରାଥୀ କୋର୍ଟ ଯିବାକୁ ଚାହିଁଥିବେ ସେମାନଙ୍କ ପାଇଁ ଏହି ଚିଠି କୋର୍ଟଙ୍କ ଦ୍ବାରକୁ ଯିବା ବନ୍ଦ କରିଦେଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ସ୍ପଷ୍ଟୀକରଣ ମାଗିଛି ବିଜେପି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 25, 2022, 2:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.