ETV Bharat / city

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି, କିଭଳି BDO ଙ୍କ ବଦଳି କଲେ: ବିଜେପି ନେତ୍ରୀ ଲେଖାଶ୍ରୀ

author img

By

Published : Oct 13, 2022, 6:39 PM IST

ଧାମନଗରରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ 2 ଜଣ ବିଡିଓଙ୍କ ବଦଳି ନେଇ ଆଜି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଧାମନଗରରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ 2 ଜଣ ବିଡିଓଙ୍କ ବଦଳି ନେଇ ଆଜି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି ।

ଏନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଲେଖାଶ୍ରୀ କହିଛନ୍ତି ଯେତେବେଳେ ବି ଓଡିଶାରେ ନିର୍ବାଚନ ଆସେ ସରକାରୀ କଳକୁ କେମିତି ଅପବ୍ୟବହାର ହେବ ସେଥିରେ ଲାଗିପଡେ ବିଜେଡି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ କୌଣସି ସରକାରୀ ଅଫିସରଙ୍କ ବଦଳି ହୋଇପାରିବ ନାହିଁ ନିୟମ ରହିଛି । କିନ୍ତୁ ଓଡିଶା ସରକାର ଗତ 7 ତାରିଖ ଦିନ ଧାମନଗର ନିର୍ବାଚନ ମଣ୍ଡଳୀର 2 ଜଣ ବିଡିଓ ଙ୍କୁ ବଦଳି କରିଛନ୍ତି ।

କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ଥିବା ଦୁଇ ଜଣ ବିଡିଓଙ୍କୁ ଅବସ୍ଥାପିତ କରାଯାଇଛି ଉକ୍ତ ବ୍ଲକରେ । ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରିଛନ୍ତି ରାଜ୍ୟ ସରକାର । ଏହା ବେଆଇନ ବୋଲି ସିଇଓ ତଥା ରାଜ୍ୟ ନିର୍ବାଚନ ଅଧିକାରୀ ଜାଣିଛନ୍ତି । ଏ ବେଆଇନ କାମ କିଏ କରିଛି ବୋଲି ପ୍ରଶ୍ନ କରିଛି ବିଜେପି? ଖୋଦ ସିଇଓ ତଥା ପଞ୍ଚାୟତିରାଜ ବିଭାଗ ସଚିବ ଦୁଇ ଜଣ ବିଡିଓଙ୍କୁ ବଦଳି କରିଛନ୍ତି । ଯିଏ ନିରପେକ୍ଷ ନିର୍ବାଚନ କରିବା ଓ ବେଆଇନ କାମ ରୋକିବା ଦାୟିତ୍ୱରେ ଅଛନ୍ତି, ସେ ହିଁ ଏଭଳି ବେଆଇନ କାମ କରିଛନ୍ତି । ରାଜ୍ୟ ସରକାର ନିର୍ବାଚନ ଘୋଷଣା ପରେ ସିଇଓଙ୍କୁ ଅନ୍ୟ ବିଭାଗ ଦାୟିତ୍ୱରୁ ମୁକ୍ତ କରିବାର ଥିଲା । ବାଡ ଯଦି ଫସଲ ଖାଇବା କାହା ଉପରେ ବିଶ୍ଵାସ କରାଯିବ । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଯେ, ସିଇଓଙ୍କୁ କେମିତି ନିର୍ବାଚନ ସମୟରେ ଅନ୍ୟ ବିଭାଗର ଦାୟିତ୍ୱରେ ରଖିଛନ୍ତି । ଯାହାଙ୍କ ଉପରେ ସ୍ୱଚ୍ଛ ନିର୍ବାଚନ କରିବାର ଉତ୍ତରଦାୟିତ୍ୱ ଅଛି, ସେ କେମିତି ଏଭଳି ବେଆଇନ କାମ କରିଛନ୍ତି ।

ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭୁଲ ତଥ୍ୟ ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଭ୍ରମିତ କରିଛନ୍ତି । ଦୁଇ ଜଣ ବିଡିଓ ଦୁର୍ନୀତିଗ୍ରସ୍ତ ବୋଲି ସିଇଓ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଜଣାଇଛନ୍ତି । ଯଦି ସେମାନେ ଦୁର୍ନୀତିଗ୍ରସ୍ତ ତେବେ କାହିଁକି ଆଗରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିଲେ ରାଜ୍ୟ ସରକାର । କାହା ସ୍ୱାର୍ଥରେ ବିଡିଓ 2 ଜଣଙ୍କୁ ବଦଳି କଲେ ବୋଲି ବିଜେପି ପ୍ରଶ୍ନ କରିଛି । ବିଜେଡି ଉପନିର୍ବାଚନ ହାରିଯିବ ବୋଲି ଭୟ କରୁଛି । ତେଣୁ ବିଡିଓ ମାନଙ୍କୁ ବଦଳି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଲଖାଶ୍ରୀ । ତେବେ ବିଜେପିର ଏହି ଅଭିଯୋଗ ନେଇ ଶାସକ ଦଳର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.