ETV Bharat / city

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ; ଟଙ୍କା ନ ଫେରିଲେ ଆଇନର ଆଶ୍ରୟ ନେବ ବିଜେପି

author img

By

Published : Mar 8, 2020, 1:00 PM IST

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ପ୍ରଶ୍ନ କଲା ବିଜେପି । ଅଧିକ ପଢନ୍ତୁ...

yes bank news
ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ; ଟଙ୍କା ନ ଫେରିଲେ ଆଇନର ଆଶ୍ରୟ ନେବ ବିଜେପି

ଭୁବନେଶ୍ବର: ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ପ୍ରଶ୍ନ କଲା ବିଜେପି । ଜଗନ୍ନାଥଙ୍କ ଟଙ୍କା ନେଇ ସରକାର ଶ୍ବେତ ପତ୍ର ପ୍ରକାଶ କରନ୍ତୁ । ବ୍ୟାଙ୍କ ବୁଡିବାକୁ ବସିଥିବା ଜାଣିବା ସତ୍ତ୍ବେ କାହିଁକି ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିଲେ । ସରକାର ମହା ଭୁଲ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ହଡପ କରିଛନ୍ତି । 592କୋଟି ସମୁଦ୍ରର ପାଣିରେ ପଡିଲା ବୋଲି କହି ସରକାରଙ୍କୁ ଘେରିଛି ବିଜେପି ।

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,‘2017 ଜୁଲାଇରେ ଉନ୍ନୟନ କମିଶନର ବାଲକ୍ରିଷ୍ଣନ, ଏସଏଲବିସି ରିପୋର୍ଟକୁ ଆଧାର କରି ଟଙ୍କା ରଖିବାକୁ 25 ବ୍ୟାଙ୍କର ନାମ ନାଁ ଦେଇଥିଲେ । ଏଥିରେ 22 ଜାତୀୟ ବ୍ୟାଙ୍କ ସମେତ 3 ସମବାୟ ବ୍ୟାଙ୍କ ଥିଲା । ଏ ତାଲିକାରେ ୟେସ ବ୍ୟାଙ୍କର ନାମ ନଥିଲା । କିନ୍ତୁ ମାର୍ଚ୍ଚ 2019ରେ ବ୍ୟାଙ୍କରେ ମନ୍ଦିର ପ୍ରଶାସନ ଟଙ୍କା ରଖିଥିଲା ।’

ସେହିପରି ସେ କହିଛନ୍ତି,‘ଜୁଲାଇ 2019ରେ ସରକାରଙ୍କ ଧାର୍ଯ୍ୟ ତାଲିକାରେ ୟେସ ବ୍ୟାଙ୍କ ଯୋଗ୍ୟ ହେଲା । ସେହିପରି 2018 ରେ ରାଣା କପୁରଙ୍କୁ ପୁନଃ ନିଯୁକ୍ତି ଦିଆଯାଇ ପାରିବନି ବୋଲି କହିଥିଲେ ଆରବିଆଇ । ୟେସ ବ୍ୟାଙ୍କକୁ ଦୟା ଦେଖାଇ ସରକାର ଜଗନ୍ନାଥଙ୍କ ଟଙ୍କା ବୁଡିବା ପାଇଁ ଛାଡିଦେଲେ । ଠାକୁରଙ୍କ ଟଙ୍କା ହରଣଚାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ଦିର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଦାୟୀ ।’

ଏହାସହ ଏବେ ଉତ୍ତର ଦାୟିତ୍ବ କିଏ ନେବେ, ଦେବୋତ୍ତର ବିଭାଗ ନା ମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି । 2017ର ଅର୍ଥ ବିଭାଗ ଚିଠିରେ କୁହାଯାଇଥିଲା ଡିପୋଜିଟ ସ୍ବାପିଙ୍ଗରେ ଅନିୟମିତତା ହେଉଛି । ଆମର ଦାବି ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ କରାଯାଉ । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ । ଶ୍ବେତପତ୍ର ପ୍ରକାଶ କରାଯାଉ । ନହେଲେ ଜଗନ୍ନାଥଙ୍କ ଅର୍ଥ ହଡପ ଅଭିଯୋଗରେ ଆଇନର ଆଶ୍ରୟ ନେବୁ ବୋଲି ପୃଥ୍ବୀରାଜ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.