ETV Bharat / city

All Party Meeting: ସର୍ବଦଳୀୟ ବୈଠକରେ ୩ଟି ପ୍ରସ୍ତାବ ଆଣିଲା BJP

author img

By

Published : Mar 15, 2022, 4:52 PM IST

ଆଜି(ମଙ୍ଗଳବାର) ସର୍ବଦଳୀୟ ବୈଠକ ବସିଥିବାବେଳେ ୩ଟି ପ୍ରସ୍ତାବ ଆଣିଛି ବିଜେପି । ପ୍ରଶ୍ନକାଳ ଦେଢ ଘଣ୍ଟା ପାଇଁ କରିଛି ଦାବି । ଅଧିକ ପଢନ୍ତୁ

All Party Meeting: ସର୍ବଦଳୀୟ ବୈଠକରେ ୩ଟି ପ୍ରସ୍ତାବ ଆଣିଲା BJP
All Party Meeting: ସର୍ବଦଳୀୟ ବୈଠକରେ ୩ଟି ପ୍ରସ୍ତାବ ଆଣିଲା BJP

ଭୁବନେଶ୍ବର: ରାଜ୍ୟ ବଜେଟ ଅଧିବେଶନ ସୁଚାରୁରୂପେ ପରିଚାଳନା କରିବା ପାଇଁ ଆଜି(ମଙ୍ଗଳବାର) ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ବିଜେପି ପକ୍ଷରୁ ୩ଟି ପ୍ରସ୍ତାବ ରଖାଯାଇଛି । କୋଭିଡ଼ ସ୍ଥିତି ସୁଧୁରୁ ଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରିବା ସହିତ ପ୍ରଶ୍ନକାଳ ୧ ଘଣ୍ଟା ବଦଳରେ ଦେଢ ଘଣ୍ଟା କରିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ଏହାସହିତ ବିଧାନସଭାର ସମସ୍ତ ବିଜେନେସକୁ ଲାଇବ ଟେଲିକାଷ୍ଟ କରିବା ସହିତ ମୁଲତବୀ ପ୍ରସ୍ତାବ ମୁଖ୍ୟ ବିରୋଧୀ ଦଳକୁ ଅଧିକ ଦେବା ପାଇଁ ବିରୋଧୀ ଦଳ ଉପନେତା ଦାବି କରିଛନ୍ତି । ସେପଟେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ କୋଭିଡ ଥିବାରୁ ପୂର୍ବଭଳି ବିଧାୟକ ମାନଙ୍କ ବସିବା ବ୍ୟବସ୍ଥା ହେବ। କୋଭିଡ ଥିବାରୁ କୋଭିଡ ବ୍ୟବସ୍ଥା ଭିତରେ ପୂର୍ବରୁ ଯାହା ଥିଲା ତାହା ରହିବ। ସରକାର ବଜେଟ ଆଣିବେ। ବିରୋଧୀ ଯେଉଁ ପ୍ରସଙ୍ଗ ଉପସ୍ଥାପନ କରିବେ ସରକାର ସମ୍ମୁଖୀନ କରିବା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ତେବେ ସୂଚନା ଥାଉ କି ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିଲାଗି ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ବଜେଟକୁ ସୁଚାରୁରୂପେ ଶେଷ କରିବା ପାଇଁ ଆଲୋଚନା କରାଯାଇଛି । ଏହାସହିତ ବିରୋଧୀ ଦଳ ନେତା ସେମାନଙ୍କର ପ୍ରସ୍ତାବ ରଖିଛନ୍ତି । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାଇଁ ଶୋକସଭା କରାଯିବ। ପରେ ଅପରାହ୍ନ 4 ଟା ବେଳେ ଗୃହ ବସିବ ।

ରାଜ୍ୟପାଳଙ୍କ ଭାଷଣର ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ମୁଖ୍ୟ ସଚେତକ । 28 ତାରିଖରେ ପୁଣି ବିଧାନସଭା କାର୍ଯ୍ୟକାରୀ ହେବ । 29 ଓ 30 ତାରିଖ ଦୁଇଦିନ ଧରି ଅର୍ଥମନ୍ତ୍ରୀ ଅର୍ଥ ବ୍ୟୟବରାଦ ଆଗତ କରିବେ । ଏହି ଅଧିବେଶନ ମଧ୍ୟରେ 2 ଦିନ କଂଗ୍ରେସ ଓ 3 ଦିନ ବଜେପି ଦଳ ପକ୍ଷରୁ ପ୍ରଶ୍ନ କରିବା ପାଇଁ ସୁଯୋଗ ଦିଆଯିବ । କୋଭିଡ ନିୟମ ଅନୁସାରେ ଚଳିତ ଅଧିବେଶନ ବସିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.