ETV Bharat / city

ବିଜେପି ହିଂସାକୁ ଉସୁକାଉଛି: ବିଜେଡି

ବିଜେପି ହିଂସାକୁ ଉସୁକାଉଛି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ ପାଲଟା ଜବାବ ଦେଇ ବିଜେଡି ପକ୍ଷରୁ ଏହା କୁହାଯାଇଛି।

author img

By

Published : Apr 15, 2019, 7:20 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଜେପି ହିଂସାକୁ ଉସୁକାଉଛି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ ପାଲଟା ଜବାବ ଦେଇ ବିଜେଡି ପକ୍ଷରୁ ଏହା କୁହାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ପକ୍ଷରୁ କୁହାଯାଇଛି ଯେ, 'ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣା ଦୁର୍ଭାଗ୍ୟଜନକ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖବନ୍ଧରେ ଅହିଂସା ରଖିବାକୁ ପ୍ରସ୍ତାବ ପାରିତ କରାଇଛନ୍ତି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି ।

ବିହାର ଓ ମଧ୍ୟପ୍ରଦେଶ ଅବସ୍ଥା ଏଠାରେ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି । ପ୍ରମାଣ ନଥାଇ ରାଜନୈତିକ ଆକ୍ଷେପ କରାନଯାଉ। ୨୦୦୦ରୁ ୨୦୧୫-୧୬ ପର୍ଯ୍ୟନ୍ତ ହିଂସା ନଥିଲା । ଏବେ ବିଜେପି ରାଜ୍ୟରେ ହିଂସାକୁ ଉସୁକାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି'।

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବାକଯୁଦ୍ଧ। ଏହି ହତ୍ୟାକାଣ୍ଡରେ ବିଜେପି ବିଜେଡି ଆଡକୁ ଇଙ୍ଗିତ କରୁଥିବାବେଳେ ବିଜେଡି ମଧ୍ୟ ପାଲଟା ଜବାବ ଦେଇ ଆକ୍ରମଣ କରିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.