ETV Bharat / city

ଅର୍ଚ୍ଚନାଙ୍କ ଜାମିନ ଖାରଜ, କେବେ ତଦନ୍ତ ପରିସରକୁ ଆସିବେ ବଡବଡିଆ ?

author img

By

Published : Oct 17, 2022, 9:15 PM IST

ଖୋଲୁନି ମାୟାବିନୀ ଅର୍ଚ୍ଚନା ମାୟାଜାଲର ଅସଲ ମୁଖା । ଦୀର୍ଘ ଦିନ ଧରି ଗିରଫ ହେଲା ପରେ ବି ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନି । ଏହାପରେ ପୋଲିସ ତଦନ୍ତ କରିବା ଶୈଳୀ ସନ୍ଦେହ ଘେରକୁ ଆସିଛି । ଅଧିକ ପଢ଼ନ୍ତୁ

BJP protests in front of police commissioner office demanding accelerate investigation in Archana Nag scandal
ଅର୍ଚ୍ଚନାଙ୍କ ଜାମିନ ଖାରଜ, କେବେ ତଦନ୍ତ ପରିସରକୁ ଆସିବେ ବଡବଡ଼ିଆ ?

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ସାରା ରାଜ୍ୟ ଉଠୁଛି ପଡ଼ୁଛି । ରାଜ୍ୟ ରାଜନୀତିରେ ଏହି ମାୟାବିନୀ ଏବେ ହଟଚମଟ ସୃଷ୍ଟି କରିଛି । ଅନେକ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିଲେ । ହେଲେ ପୋଲିସ ଏ ସମ୍ପର୍କରେ ମୁହଁ ଖୋଲୁନି । ରାଜ୍ୟରେ ଏତେ ଚର୍ଚ୍ଚା ହେଉଥିଲେ ସୁଦ୍ଧା ପୋଲିସ କୌଣସି ପ୍ରତିକ୍ରିୟା ଦେଉନାହିଁ (police investigation in Archana Nag scandal)। ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରି ସୋମବାର ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରିଛି ବିଜେପି । ସେପଟେ ଅର୍ଚ୍ଚନା ନାଗର ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଏହାପରେ ଉପର କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଅର୍ଚ୍ଚନାଙ୍କ ଓକିଲ ।

ଅର୍ଚ୍ଚନାକୁ ନେଇ ଗର୍ଜିଲା ବିଜେପି

ଅର୍ଚ୍ଚନା ନାଗ ସ୍କାଣ୍ଡାଲ ତଦନ୍ତ ତ୍ବରାନିତ ଦାବିରେ କମିଶନରେଟ ପୋଲିସକୁ ଭେଟିଛି ବିଜେପି । ଏହି ଘଟଣାରେ ପାୱାର କରିଡର ସମ୍ପୃକ୍ତି ଥିବାରୁ ତଦନ୍ତ ଶିଥିଳ ପଡ଼ିଥିବା ଅଭିଯୋଗ କରିଛି । ଏହି ମାମଲାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି(BJP reaction on Archana Nag investigation) । ଅର୍ଚ୍ଚନା ସ୍କାଣ୍ଡାଲ୍‌ର ତଦନ୍ତ ତ୍ବରାନ୍ବିତ ଦାବି କରି ଆଜି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ କମିଶନରେଟ ପୋଲିସକୁ ଭେଟିଛି ବିଜେପି ।

ଏନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଶାସକ ଦଳର ଅନେକ ମନ୍ତ୍ରୀ ଓ ବିଧାୟକ ଏହି ମାମଲାରେ ଜଡ଼ିତ ଅଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ପାଇଁ ଅକ୍ଷମ ଶାସକ ଦଳ ତାର ମନ୍ତ୍ରୀ ଓ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ପୋଲିସ ପ୍ରୟାସ କରୁଛି । ଅର୍ଚ୍ଚନା ରଙ୍ଗଶାଳାର ଏହି ରଙ୍ଗୀନ ବଡ଼ପଣ୍ଡାମାନଙ୍କୁ ରାଜ୍ୟବାସୀ ଚିହ୍ନିବା ଦରକାର । ସରକାରୀ ଦଳର ଏହି ମାମଲାରେ ଜଡ଼ିତ ଥିବା ନେତା ଓ ମନ୍ତ୍ରୀଙ୍କ ତଥ୍ୟ ଶୀଘ୍ର ଓଡ଼ିଶାବାସୀଙ୍କ ସମ୍ମୁଖକୁ ଅଣାଯାଉ ।"

ସେହିଭଳି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, "ସର୍ବଦଳ ସମ୍ମତି ଅନୁସାରେ ତଦନ୍ତ ହେବା ଦରକାର । ଅର୍ଚ୍ଚନା ଲିଙ୍କରେ ଥିବା ନେତା, ମନ୍ତ୍ରୀ, ଓ ଅଫିସରଙ୍କ ମୁଖା ଖୋଲିବା ଦରକାର । ଅର୍ଚ୍ଚନାକୁ ରିମାଣ୍ଡରେ ନିଆଯାଉ । ଇଓଡବ୍ଲୁ ଅର୍ଥନୈତିକ କାରବାରର ଖୁଲାସା ହେବାର ମଧ୍ୟ ଆବଶ୍ୟକତା ଅଛି ।"

ଅର୍ଚ୍ଚନା ରଙ୍ଗଶାଳାର ରସିକ ନାଗର କିଏ ?

ସେପଟେ ବରିଷ୍ଠ ନେତା ଦାମଦୋର ରାଉତ ମଧ୍ୟ ଅର୍ଚ୍ଚନା କେଳେଙ୍କାରୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "4 ବର୍ଷ ମଧ୍ୟରେ ରାଜଧାନୀରେ ଏକ ସୁଉଚ୍ଚ ଅଟ୍ଟାଳିକା କିଭଳି ତିଆରି ହେଲା । କେଉଁମାନେ ଏହି ନାରୀ ମାୟାରେ ବାୟା ହେଉଥିଲେ ତାହା ସାମ୍ନାକୁ ଆସିବା ଜରୁରୀ । ଯେଉଁ ବଡବଡ଼ିଆ ସାମିଲ ଅଛନ୍ତି ତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।"

ଅର୍ଚ୍ଚନା ରଙ୍ଗଶାଳାର ଗୁମର ନଖୋଲିଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାଇ ଦେଇଛି ବିଜେପି । ଅର୍ଚ୍ଚନା ରଙ୍ଗଶାଳାର କିଏ ଥିଲେ ରସିକ ନାଗର? ନେତା ଓ ମନ୍ତ୍ରୀଙ୍କ ସହ ଅଫିସର ରାଜ ଖୋଲିବାକୁ ଦାବି କରିଛି ବିଜେପି । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ସହ ସ୍ବାମୀ ଜଗବନ୍ଧୁ ଓ ଖଗେଶ୍ବରକୁ ଗିରଫ କରିବାକୁ ଦାବି କରିଛି ବିଜେପି । ଅର୍ଚ୍ଚନାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବର୍ତ୍ତମାନ କେବଳ ସ୍କାଣ୍ଡାଲ ଓ ଫଟୋ ଭାଇରାଲ ବିଷୟରେ ଚର୍ଚ୍ଚା ହେଉଛି, କିନ୍ତୁ ରାଜଧାନୀରେ ଏତେ କମ ସମୟ ଭିତରେ ଅର୍ଚ୍ଚନା ଏତେ ବିତ୍ତଶାଳୀ କିଭଳି ହେଲେ ତାହାକୁ ନେଇ ପରଦା ଉଠି ପାରୁନି ।

ଅର୍ଚ୍ଚନାର ଜାମିନ ଆବେଦନ ଖାରଜ

ଖୋର୍ଦ୍ଧା SDJM କୋର୍ଟରେ ଅର୍ଚ୍ଚନାର ଜାମିନ ଆବେଦନ ଖାରଜ ହୋଇଛି । ଅର୍ଚ୍ଚନା ବିରୋଧରେ ୩୭୦, ୩୨୮ ଭଳି ସଙ୍ଗୀନ ଆଇଟି ଆକ୍ଟ ଦଫା ଭାରି ପଡିଛି । ଜାମିନ‌ ଖାରଜ ପରେ ଉପର କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଅର୍ଚ୍ଚନାଙ୍କ ଓକିଲ ।

ଗୋଟିଏ‌ ପଟେ ବିରୋଧ, ଅନ୍ୟପଟେ ପାଓ୍ବାର କରିଡର‌ ଲିଙ୍କ‌୍‌ । ‌ଅର୍ଚ୍ଚନାକୁ ନେଇ ପାୱାର କରିଡରରେ ଛନକା ପଶିଥିବା ଆଜି ବିଜେପି ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଏବେ ଦେଖିବାକୁ ରହିଲା ଏହାପରେ ପୋଲିସ ଆଭିମୁଖ୍ୟ କଣ ରହୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.