ଭୁବନେଶ୍ବର: କଳାମାସ୍କ ପରିଧାନ କରି ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ସହରରେ ବିଏମ୍ସ କୌମସି ସମସ୍ୟାର ସମାଧାନ କରି ପାରିନଥିବା ଅଭିଯୋଗ କରିଛି ବିଏମସି । ଭୁବନେଶ୍ବର ମହାନଗର ନିଗମ ବିକାଶର ସ୍ବପ୍ନ ଦେଖାଇ ବିନାଶ ଆଡକୁ ଟାଣିନେଉଥିବା ଅଭିଯୋଗ କରିଛି ବିଜେପି (BJP protests in front of BMC office)।
ଭୁବନେଶ୍ବରବାସୀ ଅଣୟତ୍ତ ହୋଇଥିବା ଅଭିଯୋଗ କରିଛି ବିଜେପି । ଏହାକୁ ନେଇ ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "ସହରରେ ସ୍ଥାନେସ୍ଥାନେ ଅଳିଆ ଗଦା ହୋଇଛି । ଡେଙ୍ଗୁ ମସାର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯେଉଁ ପ୍ରତିଶୃତି ଦେଇ ବିଏମସି ନିର୍ବାଚନରେ ଲୋକ ଭୋଟ ଦେଇଥିଲେ । ଲୋକଙ୍କ ପାଖରେ ମୋଳିକ ସୁବିଧା ପହଞ୍ଚି ପାରିଲା ନାହିଁ । କଣ ପାଇଁ ଭୁବନେଶ୍ବରବାସୀ ଆପଣଙ୍କୁ ଭୋଟ ଦେଇଛନ୍ତି ? ଆଉ କେତେ ରଙ୍ଗୀନ ସ୍ବପ୍ନ ଦେଖାଇବେ ସରକାର ?"
ସେପଟେ ବିଜେପି ମୁଖପାତ୍ର ଦୀଲ୍ଲିପ ମଲ୍ଲିକ କହିଛନ୍ତି, "ବିଏମ୍ସି ୩ ଦିନ ଧରି ସ୍ବାୟତ୍ତ ଶାସନ ଦିବସ ପାଳନ କରୁଛି । କିନ୍ତୁ ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିଙ୍କୁ ଡାକୁ ନାହାନ୍ତି । ଏହା ଅତ୍ୟନ୍ତ ପରିତାପ ବିଷୟ । ଶହଶହ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅପରାଜିତା ଷଡ଼ଙ୍ଗୀଙ୍କୁ ଡାକିଲେ ତାଙ୍କ କାର୍ଯ୍ୟକଳାପ ଧରାପଡ଼ିଯିବା ଭୟରେ ରହିଛି ବିଏମ୍ସି ।"
ଅଳିଆ ସମସ୍ୟା, ଜଳବନ୍ଦୀ ସମସ୍ୟା, ଡ୍ରେନେଜ ଅବା ଡେଙ୍ଗୁ ସମସ୍ୟା ପ୍ରତିଟି ସମସ୍ୟାରେ ସମଧାନ କ୍ଷେତ୍ରରେ ଆଜି ଫେଲ ମାରିଛି ବିଏମସି । ଏଥିପାଇଁ ବିଏମ୍ସି ସ୍ବାୟତ୍ତ ନୁହେଁ ବରଂ ଅଣାୟତ ଶାସନ କରୁଛି ବୋଲି କହିଛି ବିଜେପି । ଖାଲି ସେତିକି ନୁହେଁ ଅଳିଆ ପରିଚାଳନାର ଅସ୍ଥାୟୀ ସମାଧାନକୁ ନେଇ ଖୁସି ହୋଇଥିବା ମେୟରଙ୍କୁ ସମାଲୋଚନା କରିଛି ବିଜେପି । କ୍ଷମତାକୁ ଆସୁଆସୁ ସରକାର ଲୋକଙ୍କ ଉପରେ ଦାଉ ସାଧୁଥିବା ଅଭିଯୋଗ କରିଛି ବିଜେପି ।
ମେୟର ବାସ୍ତବିକ ସହର ବିକାଶର କାର୍ଯ୍ୟ କରନ୍ତୁ । ଆଉ ସ୍ଥାୟୀ ସମାଧାନ କରନ୍ତୁ । ମିଛ ପ୍ରତିଶ୍ରୁତି ଦେଇ ସହରବାସୀଙ୍କୁ ନଭଣ୍ଡାଇବାକୁ ଦାବି କରିଛି କଂଗ୍ରେସ । ମୌଳିକ ସମସ୍ୟା ବୁଝନ୍ତୁ । ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଛି ବିଜେପି ।