ETV Bharat / city

ଏକାମ୍ର କାନନ ପ୍ଲଟିଂ ନିଷ୍ପତିକୁ ବିଜେପିର ପ୍ରତିବାଦ - ଭୁବନେଶ୍ବରରେ ବିଜେପିର ବିକ୍ଷୋଭ

ଏକାମ୍ର କାନନ ପାର୍କକୁ ସରକାର ଚକ୍ରାନ୍ତ କରି ବିକ୍ରି କରିବାକୁ ଲାଗିଛନ୍ତି । ଏହା ମଧ୍ୟରେ ଥିବା ଶହଶହ ଗଛକୁ କଟାଯାଉଛି,ଯାହାକୁ ନେଇ ବୁଧବାର ଭୁବନେଶ୍ବର ରେଂଟାଲ କଲୋନୀ ସ୍ଥିତ ଏକାମ୍ର କାନନ ଫାର୍ମ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

ଏକାମ୍ର କାନନ ଏବଂ ଜଟଣୀର କିଛି ସ୍ଥାନକୁ ପ୍ଲଟ କରିବା ନିଷ୍ପତିକୁ ବିଜେପିର ପ୍ରତିବାଦ

author img

By

Published : Nov 4, 2020, 3:00 PM IST

ଭୁବନେଶ୍ବର: ବିଜେପିର ବିକ୍ଷୋଭ । ଏକାମ୍ର କାନନ ଏବଂ ଜଟଣୀର କିଛି ସ୍ଥାନକୁ ପ୍ଲଟ କରିବାକୁ ରାଜ୍ୟ ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । ଯାହାକୁ ବିଜେପି ପକ୍ଷରୁ ଘୋର ପ୍ରତିବାଦ କରାଯାଇଛି । ଏକାମ୍ର କାନନ ପାର୍କକୁ ସରକାର ବିକ୍ରି କରିବାକୁ ବସିଛନ୍ତି । ଏହା ମଧ୍ୟରେ ଥିବା ଶହ ଶହ ଗଛକୁ କଟା ଯାଉଛି । ଏହାକୁ ନେଇ ବୁଧବାର ଭୁବନେଶ୍ବର ରେଂଟାଲ କଲୋନୀ ସ୍ଥିତ ଏକାମ୍ର କାନନ ଫାର୍ମ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ସୂଚନାଯୋଗ୍ୟ, ଏକାମ୍ର କାନନ ଏବଂ ଜଟଣୀର କିଛି ସ୍ଥାନକୁ ପ୍ଲଟ କରିବାକୁ ରାଜ୍ୟ ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି ।

ଏକାମ୍ର କାନନ ଏବଂ ଜଟଣୀର କିଛି ସ୍ଥାନକୁ ପ୍ଲଟ କରିବା ନିଷ୍ପତିକୁ ବିଜେପିର ପ୍ରତିବାଦ

ସ୍ଥାନୀୟ ବିଜେପି ନେତାଙ୍କ କହିବା କଥା, ଏକାମ୍ର କାନନ ପାର୍କରେ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସବୁ ମୁଖ୍ୟମନ୍ତ୍ରୀ ଗଛ ଲଗାଇଛନ୍ତି ଏବଂ ଏହା ସହରକୁ ପ୍ରଦୂଷଣ ମୁକ୍ତ କରିବାରେ ସାହାଯ୍ୟ କରେ । ସେଥିପାଇଁ ଆମେ ଏହା କରାଇଦେବୁ ନାହିଁ ବୋଲି ବିଜେପି ଭୁବନେଶ୍ବର ଶ୍ରୀକୃଷ୍ଣ ମଣ୍ଡଳ ସଭାପତି କହିଛନ୍ତି । ଏହା ରାଜ୍ୟ ସରକାରଙ୍କ ଏକ ଚକ୍ରାନ୍ତ ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୟ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.