ETV Bharat / city

WODCକୁ ଅବହେଳା ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

author img

By

Published : Aug 10, 2021, 6:38 PM IST

WODC ପାଲଟିଛି ଥଇଥାନ କେନ୍ଦ୍ର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ଅବହେଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ଅଧିକ ପଢନ୍ତୁ...

western odisha development council
WODCକୁ ଅବହେଳା ପ୍ରସଙ୍ଗ,ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ଅବହେଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ ଥଇଥାନ କେନ୍ଦ୍ର ପାଲଟିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । ପଶ୍ଚିମ ଓଡିଶାର ବିଜେପି ବିଧାୟକ ଓ ନେତା କର୍ମୀ ସାମିଲ ହୋଇ ରାଜଭବାନ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ଅବହେଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ। ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵରେ ପଶ୍ଚିମ ଓଡ଼ିଶା ବିଜେପିର ବିଧାୟକ ଓ ନେତା ମାନେ ଭେଟିଲେ। ମୁଖ୍ୟତ 4 ଦାବୀ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଢିଲେ ଦଳ। ବିକାଶ ପରିଷଦର କାର୍ଯ୍ୟାଳୟ ଭୁବନେଶ୍ବରରୁ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତର ସହ ବିକାଶ ପରିଷଦର ପାଣ୍ଠିକୁ 1000 କୋଟିକୁ ବୃଦ୍ଧି କରାଯାଉ। ଏହା ସହ ପଶ୍ଚିମ ଓଡ଼ିଶାର ବିଧାୟକ ଏବଂ ସାଂସଦଙ୍କୁ ନେଇ ପୂର୍ଣ୍ଣାଙ୍ଗ କାଉନସିଲ୍ ଗଠନ କରାଯାଉ। ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ଉଗ୍ର ଆନ୍ଦୋଳନ କରିବ ଦଳ। ଏହି ଦାବୀ ନେଇ ଆଜି ଦିନ ତମାମ ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ ପଶ୍ଚିମ ଓଡ଼ିଶା ବିଜେପିର ସମସ୍ତ ବିଧାୟକ ଓ ନେତା।

ପଶ୍ଚିମ ଓଡିଶା ବିକାଶ ପରିଷରେ ପ୍ରତି ଅବହେଳାକୁ ନେଇ ବିଜେିପ ବିଧାୟକ ମୁକେଶ ମହାଲିଙ୍ଗ ସରକାରଙ୍କ ଅବହେଳାକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଥିଲେ ତାହା କାର୍ଯ୍ୟକାରୀ କରାଯାଉନାହିଁ । ବିକାଶ ପରିଷଦରେ ଯେ ଭଳି ଭାବରେ ସଦସ୍ୟ ଚୟନ କରାଯିବା କଥା ସେ ଭଳି କରାଯାଉନାହିଁ ଏବଂ ପଶ୍ଚିମ ଓଡିଶା ପ୍ରତି ଅନ୍ୟାୟ କରାଯାଉଛି । ଏହା କେବଳ ଶାସକ ଦଳର ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ବୋଲି କହିଛନ୍ତି ।

ସେପଟେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପଶ୍ଚିମ ଓଡିଶା ବିକାଶ ପରିଷଦକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ପଶ୍ଚିମ ଓଡିଶାରୁ ସରକାର କୋଇଲା, ମାଙ୍ଗାନିଜ ସହ ବିଭିନ୍ନ ଖଣିଜ ସମ୍ଫଦ ନେଉଛନ୍ତି କିନ୍ତୁ ସରକାର ଲୋକଙ୍କ ବିକାଶ କାର୍ଯ୍ୟରେ କୌଣସି ସହାୟତା କରୁନାହିାଁନ୍ତି ବୋଲି କହିଛନ୍ତି । ଏହା କେବଳ ଦୁର୍ନୀତି ଗ୍ରସ୍ତ ଲୋକଙ୍କ ଥଇଥାନ କେନ୍ଦ୍ର ପାଲଟିଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.