ETV Bharat / city

ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ବିଜେପିର ଗର୍ଜନ - ହୋଲ୍ଡିଂ ଟ୍ୟାକ୍ସ ନେଇ ବିଜେପି ବିକ୍ଷୋଭ

ରାଜଧାନୀରେ ହୋଲଡିଂ ଟ୍ୟାକ୍ସ ଅହେତୁକ ବୃଦ୍ଧି ନେଇ ଜିଲ୍ଲା ବିଜେପିର ବିକ୍ଷୋଭ । ଅଧିକ ପଢନ୍ତୁ...

ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ବିଜେପି ଗର୍ଜନ

author img

By

Published : Mar 12, 2021, 4:38 PM IST

ଭୁବନେଶ୍ବର: ରାଜଧାନୀରେ ହୋଲଡିଂ ଟ୍ୟାକ୍ସ ଅହେତୁକ ବୃଦ୍ଧି ନେଇ ଜୋର ଧରିଛି ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ଟ୍ୟାକ୍ସ ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ କରାଯାଉଛି । ଭୁବନେଶ୍ବରରେ ଜିଜିଆ କର ଆଦାୟ କରୁଛି ବିଏମସି । ବେଆଇନ ଭାବେ ଟ୍ୟାକ୍ସ ଆଦାୟ କରୁଛି । ରାଜ୍ୟ ସରକାର 5ଟି କଥା କହୁଛନ୍ତି । ହେଲେ ଏହି ପ୍ରସଙ୍ଗରେ କୌଣସି ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି ଦେଖା ଯାଉନାହିଁ ବୋଲି ଅଭିଯୋଗ ଆଣିଛି ଭୁବନେଶ୍ବର ଜିଲ୍ଲା ବିଜେପି ।

ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ବିଜେପି ଗର୍ଜନ

ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଶୁକ୍ରବାର ବିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ଏକ ବିଶାଳ ରାଲି ମାଉସୀମା ଛକରୁ ଯାଇ ବିଏମସି ସମ୍ମୁଖରେ ହୋଲଡିଂ ଟ୍ୟାକ୍ସ କମେଇବା ପାଇଁ ପ୍ରତିବାଦ କରିଛନ୍ତି ।

କୋଭିଡ ମହାମାରୀ ସମୟରେ ସାଧାରଣ ଲୋକେ ପ୍ରଭାବିତ ହୋଇଥିଲାବେଳେ ବିଏମସି ଜୋର ଜବରଦସ୍ତ ଟ୍ୟାକ୍ସ ଆଦାୟ କରୁଛି । ହୋଲଡିଂ ଟ୍ୟାକ୍ସକୁ 10 ଗୁଣା ବୃଦ୍ଧି କରିଛି, ଯାହା ସମ୍ପୂର୍ଣ୍ଣ ବେଆଇନ । ମନଇଚ୍ଛା ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ଆହୁରି ତୀବ୍ର ବିରୋଧ କରାଯିବ ବୋଲି ଦଳ ଚେତାବନୀ ଦେଇଛି । ଅପରପକ୍ଷେ, ବିଏମସି ଭୁବନେଶ୍ବର ଉନ୍ନତି ପାଇଁ ବଦ୍ଧ ପରିକର । ଦୀର୍ଘ ବର୍ଷ ପରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଛି । ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରେଟ୍ ରହିଛି । କୋର୍ଟର ନିର୍ଦ୍ଦେଶ ଅନୁସାରେ ଟ୍ୟାକ୍ସର 50 ପ୍ରତିଶତ ବିଏମସି ଆଦାୟ କରୁଛି । ଜମିର ମୂଲ୍ୟ ସହ ଟ୍ୟାକ୍ସ ନିର୍ଦ୍ଧାରଣ କରାଯାଇଛି ବୋଲି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.