ETV Bharat / city

ରାଜଧାନୀରେ ଅଳିଆ ସମସ୍ୟା, BMC କାର୍ଯ୍ୟାଳୟ ଘେରିଲା ବିଜେପି

author img

By

Published : Aug 26, 2022, 5:19 PM IST

ଭୁବନେଶ୍ବରରେ ଅଳିଆ ନ ଉଠିବା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି । ବିଏମସି କାର୍ଯ୍ୟାଳୟ ଘେରାଓ କରିବା ସହ ଆନ୍ଦୋଳନ ଚେତାବନୀ ଦେଲା । ଅଧିକ ପଢ଼ନ୍ତୁ

bjp protest at bmc office due to garbage problem in bhubaneswar
ରାଜଧାନୀରେ ଅଳିଆ ସମସ୍ୟା, ବିଏମସି କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମା ହେବା ଘଟଣାକୁ କେନ୍ଦ୍ର କରି ବିଏମସି କାର୍ଯ୍ୟାଳୟ ଘେରାଓ କରିଛି ବିଜେପି (BJP Protest at BMC Office Due to Garbage Problem) । ଏଥିସହ ଅଫିସ ଭିତରକୁ ଅଳିଆ ପକାଇଥିବା ଦେଖିବାକୁ ମିଳିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ଅଳିଆ ନଉଠିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ବିଏମସି କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଗତ ୧୫ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ପଡୁନଥିବାରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଥିବା ଏମସିସି ଓ ସୈନିକ ସ୍କୁଲ ପଛରେ ଥିବା ଟିଟିଏସରେ କୁଢ଼ କୁଢ଼ ଅଳିଆ ଗଦା ହୋଇଛି (Garbage Problem in Bhubaneswar) । ଫଳରେ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଜେପି ଆଜି ବିଏମସି କାର୍ଯ୍ୟାଳୟ ଘେରାଓ କରିବା (BJP Protest in Bhubaneswar) ସହ ମେୟର ଏବଂ କମିଶନରଙ୍କ ବିରୁଦ୍ଧରେ ନାରାବାଜି କରିଛି ।

ବିଜେପି କହିଛି, "ଭୁବନେଶ୍ବରବାସୀ ଟିକସ ଦେଉଛନ୍ତି । ହେଲେ ସେମାନଙ୍କ ଅଳିଆ ଉଠୁନାହିଁ । ଯେପର୍ଯ୍ୟନ୍ତ ଲୋକ ପ୍ରତିନିଧିଙ୍କ ଆନ୍ତରିକତା ରହିବନାହିଁ, ସେପର୍ଯ୍ୟନ୍ତ ଏହାର ସମାଧାନ ହେବନାହିଁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ବରୁ ଅଳିଆ ନ ଉଠିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ।" ଏଥିସହ ମେୟର ଏବଂ କମିଶନରଙ୍କୁ ରାସ୍ତାରେ ଚଳାଇ ଦିଆଯିବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଭୁବନେଶ୍ବର ମେୟର କରିଛନ୍ତି, "ଡମ୍ପିଂୟାର୍ଡକୁ ନେଇ ସମସ୍ୟା ଦେଖାଦେଇଛି । ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ଆଲୋଚନା ଚାଲିଛି, ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ।"

ଏହା ମଧ୍ୟ ପଢ଼ନ୍ତୁ: ଡମ୍ପିଂୟାର୍ଡ ସମସ୍ୟା, ଖୁବ ଶୀଘ୍ର ଫିଟିପାରେ ସମାଧାନ ବାଟ

ସୂଚନା ଥାଉକି, ନିକଟରେ ଦାରୁଠେଙ୍ଗରେ BMC ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଅଳିଆ ପକାଇବା ନେଇ ଗ୍ରାମବାସୀ ବିରୋଧ କରିଥିଲେ । ଫଳରେ ଗତ କିଛି ଦିନ ଧରି ଭୁବନେଶ୍ବରରୁ ଅଳିଆ ଉଠି ନପାରି ସୈନିକ ସ୍କୁଲ ନିକଟ ଏମସିସିରେ ଅଳିଆର ପାହାଡ଼ ସୃଷ୍ଟି ହୋଇସାରିଛି । ସେପଟେ ପରିମଳ ସମସ୍ୟାର ସମାଧାନ ପାଇଁ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ବିଏମସି ପକ୍ଷରୁ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୩କୋଟି ଟଙ୍କାର ଅନୁଦାନ ମିଳିଥିଲେ ହେଁ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ବ ହେଉଛି ।

ସମସ୍ୟାର ସମାଧାନ ପାଇଁ ବିଏମସି କର୍ତ୍ତୃପକ୍ଷ ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା ହେଉଥିଲା । ତେଣୁ ସମସ୍ୟାର ସମାଧାନର ବାଟ ଖୋଲିବା ନେଇ ବିଏମସି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଦାବି ପୂରଣ ପାଇଁ ବିଏମସି କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ନେବାକୁ ରାଜି ହୋଇଥିବାରୁ ଗ୍ରାମବାସୀ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ରାଜି ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.