ETV Bharat / city

ସରକାର ଦୂରଦର୍ଶୀ ନୁହଁନ୍ତି କି ପାରଦର୍ଶୀ ବି ନୁହଁନ୍ତି: ବିଜେପି

କେବଳ ଭୋଟ ହାତେଇବାର କଳା ବିଜେଡ଼ି ଶିଖିଛି । କଳେବଳେ କୌଶଳେ ଶାସନରେ ରହିବା କାର୍ଯ୍ୟଟି ନିଷ୍ଠାର ସହିତ ବିଜେଡି କରୁଛି । ଲୋକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛି ବିଜେଡି । ଅଧିକ ପଢନ୍ତୁ...

author img

By

Published : Sep 15, 2021, 8:38 PM IST

bjp pressmeet on flood situation in bhubaneswar
ସରକାରଙ୍କ ଭାଗିଦାରୀରେ ରାଜଧାନୀରେ କୃତ୍ରିମ ବନ୍ୟା

ଭୁବନେଶ୍ବର: ମିଛ ପ୍ରତିଶୃତିର ସରକାର ବିଜେଡି । କେବଳ ଭୋଟ ହାତେଇବାର କଳା ବିଜେଡ଼ି ଶିଖିଛି । କଳେବଳେ କୌଶଳେ ଶାସନରେ ରହିବା କାର୍ଯ୍ୟଟି ନିଷ୍ଠାର ସହିତ ବିଜେଡି କରୁଛି । ଲୋକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛି ବିଜେଡି । ୩୦ ବର୍ଷ ତଳେ ଏ ଭୁବନେଶ୍ବର ସହରରେ ବନ୍ୟା ହେଉନଥିଲା । ଧିରେ ଧିରେ ଲୋକଙ୍କ ସଂଖ୍ୟା ସହ ସହରରେ କୋଠାବାଡି ବଢିଲା । ବିଡିଏ ଓ ବିଏମ୍‌ସିରୁ ଲାଞ୍ଚ ନେଇ ବିଲ୍‌ଡିଂ ପ୍ଲାନ ଆପ୍ରୁଭାଲ କଲେ । ବର୍ଷା ପାଣିର ପ୍ରାକୃତିକ ନାଳ ଗୁଡିକ ଜବରଦଖଲ ହେବା ଫଳରେ ଆଜି ଏଭଳି ଦୟନୀୟ ପରିସ୍ଥିତି ଦେଖିବାକୁ ମିଳୁଛି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ୍ ମହାନ୍ତି ଓ ଭୂବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ ।

ବିଜେପି ଅଭିଯୋଗ କରିଛି ଯେ, ପାଞ୍ଚ ପାଳିର ଶାସନରେ ଥିବା ରାଜନେତା ଓ ପ୍ରଶାସନରେ ଥିବା ମୁଷ୍ଟିମେୟ ଅଫିସରମାନେ ରାଜଧାନୀ ସହରକୁ ବନ୍ୟା ଅଞ୍ଚଳ କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ଆବାସିକ ସଂଘ, ସାମାଜିକ ସଂଗଠନ ଏଠିକାର ବାସିନ୍ଦାମାନେ ବିଶେଷ କରି ବିଜେପି ସବୁ ସମୟରେ ଅଭିଯୋଗ ଏବଂ ଆନ୍ଦୋଳନ କରିଆସୁଛି । କିନ୍ତୁ ବିଏମ୍‌ସି ଓ ସରକାର ଉଭୟଙ୍କର ଆନ୍ତରିକତା ନଥିବାରୁ ଆଜି ଏଠି ଲୋକେ ହନ୍ତସନ୍ତ ହେଉଛନ୍ତି । ଏହା କହିଛନ୍ତି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ ।

ଭୁବନେଶ୍ବର ସହର ଗୋଟିଏ ନାଚୁରାଲ ଭ୍ୟାଲି ଉପରେ ଥିବାରୁ ଏଠି ଜଳ ନିଷ୍କାସନ ପାଇଁ କୌଣସି ରକେଟ୍ ସାଇନ୍ସର ଆବଶ୍ୟକତା ନାହିଁ । ଭାରତ ସରକାରଙ୍କର ୱାର୍ପକୋର୍ସ ଭଳି ପିଏସି ଦ୍ବାରା ସର୍ଭେ କରାଯିବା ପରେ, ଏଠାରେ ଥିବା ଦଶଟି ମୁଖ୍ୟ ଡ୍ରେନ୍ ଓ ତିନୋଟି ସବ୍ ଡ୍ରେନ୍ ଚିହ୍ନଟ ହୋଇସାରିଛି । କିନ୍ତୁ ଦୁର୍ଭାଗ୍ୟର କଥା ସରକାର ପ୍ରଥମେ ଏହାକୁ ଡ୍ୟାମ୍‌ସେଫ୍ଟିକୁ ଓ ପରେ ଡ୍ରେନେଜ୍ ଡିଭିଜନ୍‌କୁ ଦାୟିତ୍ବ ଦେଲେ । କିନ୍ତୁ ଫଳ ହେଲା ଶୂନ । କାରଣ ଡ୍ରେନ୍ ପାଇଁ କୌଣସି କମ୍ପ୍ରେହେନ୍‌ସିଭ୍ ମାଷ୍ଟର ପ୍ଲାନ ନାହିଁ । ଗତବର୍ଷ ବନ୍ୟାରେ ଭୂବନେଶ୍ବର ଲୋକ ମୃତ୍ୟୁବରଣ କରିବା, ଘର ଭୁଷୁଡିବା ଭଳି ଦୁର୍ଘଟଣା ହେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ନଫେରିବା ଦୁର୍ଭାଗ୍ୟଜନକ ଅଟେ ।

ଭୁବନେଶ୍ବରରେ ସବୁଠୁ ଅଧିକ ବର୍ଷା ଜଳରେ ବନ୍ୟା ପୀଡିତ ଅଞ୍ଚଳ ଭାବେ ଆଚାର୍ଯ୍ୟ ବିହାର ପରିଚିତ ଥିଲା । ତତ୍କାଳୀନ କର୍ପୋରେଟର ତଥା ବର୍ତ୍ତମାନ ରାଜ୍ୟ ମୁଖପାତ୍ର ଦିଲ୍ଲୀପ୍ ମହାନ୍ତି ବିଜେପିର ପ୍ରତିନିଧି ଥିଲେ । ସୀମିତ କ୍ଷମତା ଓ ସମ୍ବଳ ସତ୍ତ୍ବେ ସେ ଅଞ୍ଚଳର ବନ୍ୟା ସଙ୍କଟର ସମାଧାନ କରିବାରେ ସଫଳ ହୋଇଥିଲୁ ବୋଲି ଦିଲ୍ଲୀପ କହିଛନ୍ତି । ଠିକ୍ ସେହିଭଳି ସରକାରଙ୍କର ଯଦି ଇଚ୍ଛା ଶକ୍ତି ଥାଆନ୍ତା, ତାହାଲେ ଭୁବନେଶ୍ବର ଡ୍ରେନେଜ୍ ପାଇଁ ଏକ କମ୍ପ୍ରେହେନ୍‌ସିଭ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥାନ୍ତେ । ଏଥିପାଇଁ ଅର୍ଥ ବରାଦ କରାଯାଇ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାଇପାରିଥାନ୍ତା ବୋଲି ଦିଲ୍ଲୀପ୍ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଭୁବନେଶ୍ବରକୁ ଅଣଦେଖା କରିଛନ୍ତି । ଏଠିକାର ବାସିନ୍ଦାଙ୍କୁ ନିରାଶ କରିଛନ୍ତି । ଏଣୁ ଭାରତୀୟ ଜନତାପାର୍ଟି ଦାବି କରୁଛି ସରକାର ଏ ସମ୍ପର୍କରେ ଶ୍ବେତପତ୍ର ଜାରି କରନ୍ତୁ । ନହେଲେ ବିଜେପି ଭୁବନେଶ୍ବରବାସୀଙ୍କ ଏ ସମସ୍ୟା ପାଇଁ ଜନ ଆନ୍ଦୋଳନ କରିବ । ଯାହା ପାଇଁ ସରକାର ଦାୟୀ ରହିବେ ବୋଲି ଦିଲ୍ଲୀପ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ତଥା କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ୍ ଆଚାର୍ଯ୍ୟ ଓ ହିଂମାଶୁ ଛୋଟରାୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.