ETV Bharat / city

'BSKY ମାଧ୍ୟମରେ ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି ରାଜ୍ୟ ସରକାର' - ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ବିଜେପି ପ୍ରେସମିଟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଦୁର୍ନୀତି । ସ୍ମାର୍ଟକାର୍ଡ଼ କେବଳ ନିର୍ବାଚନ ପାଇଁ ପୁସିଂ କାର୍ଡ଼ । ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ BSKYକୁ ଏଭଳି ସମାଲୋଚନା କଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...

'BSKY ମାଧ୍ୟମରେ ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି ରାଜ୍ୟ ସରକାର'

author img

By

Published : Aug 18, 2021, 8:56 PM IST

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଦୁର୍ନୀତି । ଓଡିଶାବାସୀଙ୍କୁ ଭୂଆଁ ବୁଲାଇବାକୁ ରାଜ୍ୟ ସରକାରଙ୍କ ଏହା ଏକ ପ୍ଲାନ । ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ BSKYକୁ ଏଭଳି ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ୨୦୧୮ ଅଗଷ୍ଟରେ ଆରମ୍ଭ ହୋଇଛି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିଥିବା ୨୦୧୯ରେ ରାଜ୍ୟ ସରକାର ତଥ୍ୟ ରଖିଥିଲେ । ତେବେ ବର୍ତ୍ତମାନ କେତେ ଲୋକ ଚିକିତ୍ସା ପାଇଛନ୍ତି ତାହାର ତଥ୍ୟ ରାଜ୍ୟ ସରକାର ରଖନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।

'BSKY ମାଧ୍ୟମରେ ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି ରାଜ୍ୟ ସରକାର'

ଲେଖାଶ୍ରୀ ସାମନ୍ତସିଂହାର କରିଛନ୍ତି ଯେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ମହାଦୁର୍ନୀତି । ବିନା ପଇସାରେ ଚିକିତ୍ସା ଯୋଗାଇ ଦେବାକୁ କହି ରାଜ୍ୟବାସୀଙ୍କୁ ଠକିଛନ୍ତି ରାଜ୍ୟ ସରକାର । ୪-୫ଟି ଯୋଜନାକୁ ମିଶାଇ ଏହି ଯୋଜନା କରାଯାଇଛି । ସ୍ବତନ୍ତ୍ର ଭାବେ କିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାହିଁ । ହେଲେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ୨୮ ଲକ୍ଷ ଲୋକ ଉପକୃତ ହେଉଥିଲେ । ଏହି ବୀମା ଯୋଜନାରେ ପୂର୍ବରୁ ଶତ ପ୍ରତିଶତ ଅର୍ଥ କେନ୍ଦ୍ର ଦେଉଥିବା ବେଳେ ଆୟୁଷ୍ମାନ ଭାରତରେ ରାଜ୍ୟ ସାମିଲ ନ ହେବାରୁ ଅର୍ଥ ବନ୍ଦ ହୋଇଗଲା । କିନ୍ତୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ଆଦୌ ବ୍ୟୟ ବରାଦ କରିନାହାନ୍ତି ।

ବଡ ବଡ ରୋଗ ପାଇଁ ଜିଲ୍ଲାସ୍ତରରେ ସୁବିଧା ନାହିଁ । ଏଣୁ ଲୋକେ ଚିକିତ୍ସା ପାଇଁ କଟକ ଭୁବନେଶ୍ବର ଆସୁଥିଲେ ହେଁ ହସ୍ପିଟାଲଗୁଡିକ ଏହି ସ୍ବାସ୍ଥ୍ୟ କାର୍ଡ ଗ୍ରହଣ କରୁନାହାନ୍ତି । ନିକଟରେ BSKY ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ କେବଳ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ବିଜ୍ଞାପନ ଦେଉଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ତେବେ ମୋଟ କେତେ ଲୋକ ସୁବିଧା ପାଇଛନ୍ତି, କେଉଁ ହସ୍ପିଟାଲରେ କେତେ ରୋଗୀ ଚିକିତ୍ସା ହୋଇଛନ୍ତି, କେତେ ଟଙ୍କା ବ୍ୟୟ ବରାଦ ହୋଇଛି ,ଟଙ୍କା ଆସିଲା କେଉଁଠୁ ତାହାର ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବାକୁ ବିଜେପି ସାଧାରଣ ସମ୍ପାଦିକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକ ସୁବିଧା ପାଇ ପାରୁନାହାନ୍ତି । ତେଣୁ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.