ଭୁବନେଶ୍ବର: ରେଳ ଅନୁଦାନ ପ୍ରସଙ୍ଗରେ ବିଜେପି ପ୍ରେସମିଟ । ଗତକାଲି ଶାସକ ଦଳ ନେତା ରେଳ ଅନୁଦାନ ପ୍ରସଙ୍ଗରେ ରଖିଥିବା ବୟାନକୁ ନେଇ ବର୍ଷିଲା ବିଜେପି । ପ୍ରଧାନମନ୍ତ୍ରୀକୁ ଅପମାନିତ କରାଯାଇଛି । ରେଳ ଅନୁଦାନ ପାଇଁ ଧନ୍ୟବାଦ ଦେବା ବଦଳରେ ବ୍ରିଟିଶ ଶାସନ ସହ ତୁଳନା କରିବାକୁ ନିନ୍ଦା କଲେ ଲେଖାଶ୍ରୀ ।
ପ୍ରଧାନମନ୍ତ୍ରୀଙ୍କୁ ଗାଳି କଲେ ହେବନି ଓଡିଶାବାସୀ ମୋଦିଙ୍କୁ ଭଲ ପାଉଛନ୍ତି । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି । ସୁନ୍ଦରଗଡ ଓ କେନ୍ଦୁଝରର ପଇସା ଆଣି ଭୁବନେଶ୍ୱରରେ କାରବାର କରାଯାଉଛି । କେତେ ପଇସା ଆସୁଛି, କେତେ ପଇସା ଖର୍ଚ୍ଚ କରୁଛ ତାହାର ହିସାବ ବି ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ । କଳା ପାହାଡ଼ ଭଳି ରାଜ୍ୟର ଐତିହ୍ୟକୁ ଚୋରି କରାଯାଉଛି ।
ରେଳ ଅନୁଦାନ ପ୍ରସଙ୍ଗରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ବାନ ଦେଲା ବିଜେପି । ମାଷ୍ଟରକ୍ୟାଣ୍ଟିନ ଛକକୁ ଆସନ୍ତୁ ଆମେ ଖୋଲା ବିତର୍କ ପାଇଁ ପ୍ରସ୍ତୁତ । ଗତକାଲି ବିଜେଡି ରେଳ ଅନୁଦାନ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ଉଠାଇ ବିଜେପି ନେତାଙ୍କୁ ଖୋଲା ବିତର୍କ ପାଇଁ କହିଥିଲେ ।
ରାଜ୍ୟରେ ଯଦି ରେଳ ପ୍ରକଳ୍ପ ଆଗେଇ ପାରୁନି ତେବେ ତାହା ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ । 14 ହଜାର କୋଟି ନୁହେଁ 36 ହଜାର କୋଟି ଆସିଛି ଏଇ 6 ରୁ 7 ବର୍ଷ ଭିତରେ ଆସିଛି । ଓଡିଶା ବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ଶାସକ ଦଳ ନେତା । ରାଜ୍ୟରେ ରେଳ ବିକାଶ ନ ହୋଇ ପାରିବାର କାରଣ ଜମି ଅଧିଗ୍ରହଣ, ଆଇନଶୃଙ୍ଖଳା, ଫରେଷ୍ଟ କ୍ଲିଅରାନ୍ସ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି ।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ