ETV Bharat / city

ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି - ପିଡ଼ିଏସ ବଣ୍ଟନ

ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର ଅଭିଯୋଗ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଅଧିକ ପଢନ୍ତୁ...

bjp press meet in bhubaneswar
ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
author img

By

Published : Jul 21, 2021, 7:12 PM IST

ଭୁବନେଶ୍ବର: ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ 5 ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଲେ ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଏହି ଭୂତ ହିତାଧିକାରୀ କିଏ ତାହାର ଜବାବ ରାଜ୍ୟ ସରକାର ରଖନ୍ତୁ ବୋଲି ଦାବି କରିଛନ୍ତି ଟଙ୍କଧର । ଏହାସହ ମହାମାରୀ ସମୟରେ କେନ୍ଦ୍ର ସରକାର ଯୋଗାଉଥିବା ରାସନ ଏବଂ ଆର୍ଥିକ ସହାୟତାକୁ ହରିଲୁଟ କରାଯାଉଛି ।

ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଟଙ୍କା ଓ ଚାଉଳ ଉଠାଉଥିବା ହିତାଧିକାରୀଙ୍କ ତଥ୍ୟରେ ତାଳମେଳ ରହୁନାହିଁ । ୱାନ ନେସନ ୱାନ ରେସନକୁ ରାଜ୍ୟରେ ଲାଗୁ କରାଯାଉନଥିବାରୁ ବାହାରେ ଥିବା ଓଡ଼ିଆ ଲୋକ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଓଡ଼ିଶାରେ ହେରଫେର କରାଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ବି ଗୋଦାମରୁ ଉଠାଉ ନାହାନ୍ତି ସରକାରୀ ଅଧିକାରୀ । ରାଜ୍ୟ ସରକାରଙ୍କ ରାସନ କାର୍ଡ ବ୍ୟବସ୍ଥାରେ ଅନେକ ଭୂତ ହିତାଧିକାରୀ ଥିବାରୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.