ETV Bharat / city

ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ - bhubaneswar news

ବିଜେପିର ସାମ୍ବାଦିକ ସମ୍ମିଳନୀ । ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ । ଅଧିକ ପଢନ୍ତୁ...

bjp press meet in bhubaneswar
ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ
author img

By

Published : Jun 17, 2021, 2:22 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର। ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବୁଧବାର ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା 8500 କୋଟି ଟଙ୍କାର ବ୍ରେକଅପ୍ ମାଗିଛନ୍ତି । ଏହି ଅର୍ଥ ଏବେର ନା ପୂର୍ବର ନା ଆଗକୁ ଖର୍ଚ୍ଚ କରିବେ ତାହାର ସ୍ପଷ୍ଟୀକରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ

ରାଜ୍ୟରେ ନକଲି ଔଷଧ କାରବାରରେ ଜଣେ ବିଜେଡିର ଟାଣୁଆ ମନ୍ତ୍ରୀଙ୍କର ହାତ ଥିବା ଅଭିଯୋଗ କରିଛନ୍ତି ଲେଖଶ୍ରୀ । କ୍ରାଇମବ୍ରାଞ୍ଚ ଦ୍ବାରା ଏହାର ତଦନ୍ତ ହେବା ଅନୁଚିତ । ଡ୍ରଗ୍ସ କଂଟ୍ରୋଲରଙ୍କ ଦ୍ବାରା ଏହାର ତଦନ୍ତ ହେବା ଆବଶ୍ୟକ । କୌଣସି ନିୟମରେ ପୋଲିସ ତଦନ୍ତ କରିବାର ବ୍ୟବସ୍ଥା ନାହିଁ । ଦ୍ବିତୀୟ ଲହରୀରେ ଜଣାପଡ଼ିଲା ଓଡ଼ି଼ଶାରେ ସ୍ବାସ୍ଥ୍ୟ ଭିତ୍ତିଭୁମି ବିପର୍ଯ୍ୟସ୍ତ । ଏଭଳି ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲୁଛନ୍ତି ସରକାର । ଡାକ୍ତର ଅଭାବ, କୋଭିଡ୍ ପରିଚାଳନାରେ ବିଫଳତା, ମୃତ୍ୟୁ ସଂଖ୍ୟା ଓ ପୀଡିତଙ୍କ ସଂଖ୍ୟା ଲୁଚାଇବା ପାଇଁ ଧୂଆଁବାଣ କରୁଛନ୍ତି ରାଜ୍ୟ ସରକାର । ଏମିତି ଘୋଷଣା କରି ରାଜ୍ୟ ସରକାର ନିଜ ବିଫଳତାର ଲୁଚାଇବାକୁ ଡାଇଭର୍ଟ ଷ୍ଟ୍ରାଟେର୍ଜୀ ଆପଣାଇଛନ୍ତି । ଲୋକ ସଂଖ୍ୟାକୁ ନେଇ ଯେତିକି ଡାକ୍ତର ରହିବା କଥା ଓଡିଶାରେ ନାହାନ୍ତି ବୋଲି ସେ ପ୍ରେସମିଟ ଜରିଆରେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.