ETV Bharat / city

ନିର୍ବାଚନ କମିଶନଙ୍କୁ ଦନ୍ତ ବିହୀନ କହି କଟାକ୍ଷ କଲା ବିଜେପି

ଭୁବନେଶ୍ବରରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଦନ୍ତ ବିହୀନ ନିର୍ବାଚନ କମିଶନ ବିଜେଡ଼ିର ହାତ ବାରିଶି ସାଜିଛି କହିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

author img

By

Published : Feb 11, 2022, 6:47 PM IST

ଦନ୍ତ ବିହୀନ ନିର୍ବାଚନ କମିଶନ : ବିଜେପି
ଦନ୍ତ ବିହୀନ ନିର୍ବାଚନ କମିଶନ : ବିଜେପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଛି ବିଜେପି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିଦିନ ଡିଜି ଅଫିସ ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟୁଛନ୍ତି । ହେଲେ ଯେତେ ଦାବି ହୋଇଛି ତାହାର ଫଳ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ।

ଦନ୍ତ ବିହୀନ ନିର୍ବାଚନ କମିଶନ : ବିଜେପି

ଦନ୍ତ ବିହୀନ ନିର୍ବାଚନ କମିଶନ ବିଜେଡ଼ିର ହାତ ବାରିଶି ସାଜିଛନ୍ତି ନିର୍ବାଚନ କମିଶନ । ଯେଉଁଠି ଲୋକଙ୍କୁ ହଣା ଯାଇଛି ହତ୍ୟା କରାଯାଇଛି ସେଠି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । କିନ୍ତୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ସାଂସଦ ଜୁଏଲ ଓରାମଙ୍କ ଭଳି ଆଦିବାସୀଙ୍କ ପାଇଁ କାମ କରୁଥିବା ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେଡ଼ି ।

ଯିଏ ଆଦିବାସୀଙ୍କ ପାଇଁ କାମ କରୁଛନ୍ତି ତାଙ୍କ ଉପରେ ଆକ୍ରମଣ ହେଉଛି । ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଉଭୟ ଡିଜି ଓ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପାଖାପାଖି 65 ପ୍ରକାର ଅଭିଯୋଗ କରିଛି ବିଜେପି । କିନ୍ତୁ ଫଳ ଶୂନ । କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।

ଏହାବି ପଢନ୍ତୁ : ସ୍ତ୍ରୀଙ୍କ ପାଇଁ ପ୍ରଚାର ମଇଦାନରେ ସରକାରୀ ଶିକ୍ଷକ ! ତଦନ୍ତ ଆରମ୍ଭ କଲା ପ୍ରଶାସନ

ଓଡିଶାବାସୀ ପଞ୍ଚାୟତ ନିର୍ବାଚନରେ ଏହି ଷଡ଼ଯନ୍ତ୍ରର ଉଚିତ ଜବାବ ଦେବେ । ବିଜେଡ଼ି ନେତାମାନେ ଗଳା ଫଟେଇ କହୁଛନ୍ତି ଯେ ପିଏମ ଆବାସ ପ୍ଲସ ପୋର୍ଟାଲ କେନ୍ଦ୍ର ସରକାର ଖୋଲୁନାହାନ୍ତି । 8 ଲକ୍ଷ 17 ହାଜର ଘର କାହିଁକି ବଣ୍ଟା ଯାଇନି ।

ତାହାର ଉତ୍ତର ଦେଉ ବିଜେଡ଼ି ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଘର ଦିଆଯାଇଛି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେଡ଼ି ନେତା ।

ସାରା ଓଡିଶାରେ ଭୟଙ୍କର ପରିସ୍ଥିତି ହେଲାଣି । ଚାଷୀ ଧାନ ବିକ୍ରି କରିପାରୁନି । ଦୁଇଟି ବିଭାଗ ମଧ୍ୟରେ ତାଳମେଳ ନାହିଁ ।

ଚାଷୀର କଣ ଭୁଲ ଥିଲା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଉଷୁନା-ଅରୁଆ ଚାଉଳ କଥା କହି ଚାଷୀ ପାଇଁ ଓକିଲାତି କରୁନାହିଁ ବିଜେଡି । ମିଲର ପାଇଁ ଲଢେଇ କରୁଛି ଶାସକ ଦଳ । ତୁରନ୍ତ ଧାନ ଉଠାନ୍ତୁ ରାଜ୍ୟ ସରକାର ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.