ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାମ୍ବାଦିକ ସମ୍ମିଳନୀ। ଏହି ବୈଠକରେ କଟକବାସୀଙ୍କ ସ୍ବାଭିମାନ ସହ ଏହି 2ଟି ପ୍ରସଙ୍ଗ ଜଡ଼ିତ ରହିଛି। ଯେଉଁଠିକି ମୁଖ୍ୟମନ୍ତ୍ରୀ ଯାଇଥିଲେ ସେଠାରେ ପୁରୁଣା ଜେଲ ଥିଲା । ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତି ସେଠାରେ ଯୋଡ଼ି ହୋଇରହିଛି । 6 କୋଟି ଟଙ୍କା ବ୍ୟୟ କରି ମ୍ୟୁଜିଅମ କରିବା ପାଇଁ ଯୋଜନା ଥିଲା ।
2013 ମସିହାରେ ଗୋପାଳପୁର ବାଲିକୁଦା ଠାରେ ଓଡିଶା ସରକାର ବସ ଟର୍ମିନାଲ ପାଇଁ ସ୍ଥିର ହୋଇଥିଲା । 43 ଏକର ଜାଗା ପ୍ରସ୍ତାବିତ ଥିଲା । ହେଲେ ଏବେ 13 ଏକର ଜାଗାର ହିସାବ ମିଳୁନି । ବାକି 30 ଏକର ଜାଗା ପଡି ରହିଛି । ଆଉ ହଠାତ ଖାନନଗର ଠାରେ ସରକାର କାହିଁକି କଲେ ସେ ନେଇ ସରକାର ସ୍ପଷ୍ଟ କଲେ ନାହିଁ । ମୁଖ୍ୟମନ୍ତ୍ରୀ ବୋଧେ କୌଣସି କଥା ଜାଣିନାହାଁନ୍ତି ।
ଜମି ଜବରଦଖଲକାରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବସ ଟର୍ମିନାଲର ସ୍ଥାନ ପରିବର୍ତ୍ତନ କଲେ । ଆସନ୍ତା ପୌର ନିର୍ବାଚନ ପାଇଁ ବିଜେଡିର ଏହା ଏକ ଭେଳିକି । ନିର୍ବାଚନ ଆସିଲେ ସରକାର ଫଳକ ଲଗା ଅଭିଯାନ ଆରମ୍ଭ କରିଦିଅନ୍ତି । 10 ବର୍ଷ ହେଲା କଟକବାସୀଙ୍କୁ ରାଜ୍ୟ ସରକାର ଭୂଆଁ ବୁଲାଉଛନ୍ତି ।
ଏନେଇ ଦଳ ଦୁଇଟି ପ୍ରଶ୍ନ ପଚାରିଛି, ପ୍ରଥମେ ଗୋପାଳପୁର ବାଲିକୁଦା ଠାରେ ଜାଗା ଥାଇ, ବାଉଣ୍ଡରି ୱାଲ ହୋଇଥିଲା, ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା କିନ୍ତୁ କାହିଁକି ଏବେ ଖାନନଗର ଠାରେ ବସ ଟର୍ମିନାଲର ଶୁଭ ପକାଇଲେ ରାଜ୍ୟ ସରକାର । ଦ୍ବିତୀୟରେ ଦରଘା ବଜାରର ପୁରୁଣା ଜେଲ ଠାରେ ସଂଗ୍ରହାଳୟର ଯୋଜନା ଆଜି ଯାଏଁ କାହିଁକି ହୋଇନାହିଁ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ