ETV Bharat / city

ବସ୍ତି ଉଚ୍ଛେଦକୁ ବିଜେପିର ବିରୋଧ

author img

By

Published : Jul 1, 2021, 9:09 PM IST

ଭୁବନେଶ୍ବର ବିଜେବି ନଗର ମହିଁଶା ଖାଲ ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପିର ବିକ୍ଷୋଭ। କୋଭିଡ ସମୟରେ ଲୋକଙ୍କ ଅବସ୍ଥା ଶୋଚନୀୟ ଥିବାବେଳେ ମହିଁଶା ଖାଲ ବସ୍ତି ଉଚ୍ଛେଦ କରାଯିବା କେତେ ଯଥାର୍ଥ ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ। ଅଧିକ ପଢନ୍ତୁ...

ମହିଁଶା ଖାଲ ବସ୍ତି ଉଚ୍ଛେଦକୁ ବିଜେପିର ବିରୋଧ
ବସ୍ତି ଉଚ୍ଛେଦକୁ ବିଜେପିର ବିରୋଧ

ଭୁବନେଶ୍ବର: ବିଜେବି ନଗର ମହିଁଶା ଖାଲ ବସ୍ତିର ଉଚ୍ଛେଦ ପ୍ରତିବାଦରେ ବିଜେପିର ବିକ୍ଷୋଭ। କରୋନା ଲକଡାଉନ ସମୟରେ ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି । ଲୋକଙ୍କ ଅବସ୍ଥା ଶୋଚନୀୟ ଥିବାବେଳେ ମହିଁଶା ଖାଲ ବସ୍ତି ଉଚ୍ଛେଦ କରାଯିବା କେତେ ଯଥାର୍ଥ ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ।

ମହିଁଶା ଖାଲ ବସ୍ତି ଉଚ୍ଛେଦକୁ ବିଜେପିର ବିରୋଧ

ବସ୍ତି ବାସିନ୍ଦାଙ୍କ ପ୍ରତି ସରକାରଙ୍କ ଏଭଳି ମନୋଭାବ ଠିକ ନୁହେଁ। ଏହାକୁ ପ୍ରତିବାଦ କରି ସହ ସହ ବସ୍ତି ବାସିନ୍ଦା ଓ ବିଜେପି କର୍ମୀ ଉଚ୍ଛେଦ ସ୍ଥାନରୁ ବାହାରି ଭୁବନେଶ୍ବର ମହାନଗର ନିଗମ ଅଭିମୁଖେ ଯାଇ ବିଏମସି ଗେଟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ସରକାରଙ୍କ ବସ୍ତି ବିରୋଧୀ ମନୋଭାବକୁ ଦମନ କରିବା ସ୍ଲୋଗାନରେ କମ୍ପି ଉଠିଲା ବିଏମସି ସମ୍ମୁଖ ରାସ୍ତା। ମହିଁଶା ଖାଲ ବସ୍ତିରେ ବସ୍ତିଘର ଉଚ୍ଛେଦକୁ ଜୋରଦାର ବିରୋଧ କରାଯିବ।

ଯେ ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ ନହୋଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ରାଜୀବ ଆବାସ ଯୋଜନାରେ ଘର ଆବଣ୍ଟନରେ ଅନିୟମିତତା ହୋଇଛି, ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତି ରହିଛି ବୋଲି ବାବୁ ସିଂହ ଅଭିଯୋଗ ଆଣିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.