ଭୁବନେଶ୍ବର: ବିଜେପି ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ବ ପାଇବା ପରେ ପ୍ରଥମ ଥର ପାଇଁ 2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ସୋମବାର ଭୁବନେଶ୍ବରରେ ପହଞ୍ଚିଥିଲେ । ବିମାନବନ୍ଦରରେ ବଂଶଲଙ୍କୁ ରାଜ୍ୟ ଭାଜପା ପକ୍ଷରୁ ବପୁଳ ସ୍ବାଗତ କରାଯାଇଥିଲା । ପ୍ରଭାରୀ ରୂପେ ସନୀଲ ବଂଶଲ ଦଳୀୟ ବୈଠକ ଆରମ୍ଭ କରି ଦେଇଛନ୍ତି । 2024 ନିର୍ବାଚନ ପାଇଁ ପାଗ ଭିଡିବାକୁ ମନ୍ଥର ଆରମ୍ଭ କରିଛି ବିଜେପି । ଆଜି (ମଙ୍ଗଳବାର) ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି, ପଦାଧିକାରୀଙ୍କ ସମେତ ଅମ୍ୟମାନଙ୍କ ସହ ଦଳର କୋର କମିଟି ବୈଠକ ହୋଇଛି ।
ବୈଠକରେ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ମୋହନ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳର ବହୁତ ବରିଷ୍ଠ ନେତା, ପଦାଧିକାରୀ ଉପସ୍ଥିତ ଅଛନ୍ତି । କୋର କମିଟି ବୈଠକ ପରେ ପଦାଧିକାରୀ ବୈଠକ ବସିବ । ଜିଲ୍ଲା ସ୍ତରରେ ଦଳର ଭବିଷ୍ୟତ ରଣନୀତି ପ୍ରସ୍ତୁତ ହେବ ।
ଏହା ବି ପଢନ୍ତୁ...ହାଇକୋର୍ଟରେ ଶିଶୁ ଭବନ ମାମଲା, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି
ଗତକାଲି (ସୋମବାର) ବିମାନବନ୍ଦରରୁ ସିଧା ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଅପରାହ୍ନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସଙ୍ଗଠନ ମନ୍ତ୍ରୀ ଏବଂ ରଜ୍ୟ ସାଧାରଣ ସମ୍ପାଦକଙ୍କ ସହ ପ୍ରାଥମିକ ଆଲୋଚନା କରିଛନ୍ତି । ଦୀର୍ଘ ସମୟ ଆଲୋଚନା ପରେ ଦଳୀୟ ନେତାମାନେ ସଂଗଠନକୁ ଆଗକୁ ବଢିବାରେ ଉପୁଜୁଥିବା ସମସ୍ୟା ବିଷୟରେ କହିଥିଲେ । ଆଗକୁ ଦଳ କିପରି ଶାସନ ଦଳ ବିପକ୍ଷରେ ତୀବ୍ର ହେବ ସେ ନେଇ ଆଲୋଚନା ହୋଇଥିଲା । ଏହାପରେ ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ସୁନୀଲ ବଂଶଲ । ଆଜି ହିଁ ଦିଲ୍ଲୀ ଫେରିିଯିବେ ଓଡିଶା ବିଜେପି ପ୍ରଭାରୀ ।
ଇଟିଭି ଭାରତ, ଭୁବନେଶ୍ବର