ETV Bharat / city

OBC Reservation Politics: ଜାନୁଆରୀ ୩ରେ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେପି ଓବିସି ମୋର୍ଚ୍ଚା

ଓବିସି ବର୍ଗଙ୍କ ସଂରକ୍ଷଣ ସୁନିଶ୍ଚିତ କରିବା ପରେ ନିର୍ବାଚନ କରିବାକୁ ଦାବି କରିଛି ବିଜେପି ଓବିସି ମୋର୍ଚ୍ଚା । ଏହାକୁ ନେଇ ଜାନୁଆରୀ ୩ ତାରିଖରୁ ରାଜ୍ୟ ପ୍ରତ୍ୟେକ ଜିଲ୍ଲାରେ ପ୍ରତିବାଦ କରିବ ବିଜିପେ ଓବିସି ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

ଓବିସ ସଂରକ୍ଷଣ ପ୍ରସଙ୍ଗ: ଜାନୁଆରୀ ୩ରେ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେପି ଓବିସି ମୋର୍ଚ୍ଚା

author img

By

Published : Dec 30, 2021, 8:20 PM IST

ଭୁବନେଶ୍ବର: ଓବିସି ବର୍ଗଙ୍କ ସଂରକ୍ଷଣ ସୁନିଶ୍ଚିତ କରିବା ପରେ ନିର୍ବାଚନ କରିବାକୁ ଦାବି କରିଛି ବିଜେପି ଓବିସି ମୋର୍ଚ୍ଚା । ନିର୍ବାଚନ ପରେ ହୋଇପାରିବ କିନ୍ତୁ ସାମ୍ବିଧାନିକ ଅଧିକାରରୁ ଥରେ ବଞ୍ଚିତ ହେଲେ ପଛୁଆ ବର୍ଗ ଆଉ ତାହା ପାଇବା କଷ୍ଟକର ହେବା ନେଇ ଆଶଙ୍କା କରିଛି ବିଜେପି । ଏହାକୁ ନେଇ ଜାନୁଆରୀ ୩ ତାରିଖରୁ ରାଜ୍ୟ ପ୍ରତ୍ୟେକ ଜିଲ୍ଲାରେ ପ୍ରତିବାଦ କରିବ ବିଜିପେ ଓବିସି ମୋର୍ଚ୍ଚା । ରାଜ୍ୟସ୍ତରରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ବିଜେପି ।

ଓବିସ ସଂରକ୍ଷଣ ପ୍ରସଙ୍ଗ: ଜାନୁଆରୀ ୩ରେ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେପି ଓବିସି ମୋର୍ଚ୍ଚା

ସଂରକ୍ଷଣ ପାଇଁ ବିଭିନ୍ନ ଜାତି ବର୍ଗ, ସାମାଜିକ ସଙ୍ଗଠନ ଯେତେ ଦାବି କଲେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ରାଜ୍ୟ ସରକାର ଯାହା ମନସ୍ଥ କରିଛନ୍ତି ତାହା କରିବାକୁ ଚିନ୍ତା କରିଛନ୍ତି । ତେଣୁ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିଭିନ୍ନ ସାମାଜିକ ସଙ୍ଗଠନ ପ୍ରତିବାଦ ଜଣାଇଛନ୍ତି । ତାପରେ ବି ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନଥିବା ବିଜେପି ଅଭିଯୋଗ କରିଛି ।

ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଓଡ଼ିଶା ସରକାର କିଛି କରୁନଥିବା ଅଭିଯୋଗ ହୋଇଛି । ତେଣୁ ୫୪ ପ୍ରତିଶତ ଅର୍ଥାତ ଅଢ଼େଇ କୋଟି ଲୋକଙ୍କ ସ୍ୱାର୍ଥ ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରରେ ଓବିସି ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯିବ । ଏହାସହ ଯେପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କର ନୀତି ପରିବର୍ତ୍ତନ କରିନାହାନ୍ତି ସେପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଚେତବନୀ ଦେଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.