ETV Bharat / city

'କଂଗ୍ରେସ ପଛୁଆ ବର୍ଗ ବିରୋଧୀ, ସଂରକ୍ଷଣ ବୃଦ୍ଧି ଶାସକ ଦଳର ବାହାନାବାଜି'

author img

By

Published : Aug 27, 2021, 10:11 PM IST

ରାଜ୍ୟରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ବିଜେଡି ଓ କଂଗ୍ରେସ ମନ୍ତବ୍ୟ ଉପରେ ତାତିଲା ବିଜେପି । କଂଗ୍ରେସ ପଛୁଆ ବର୍ଗ ବିରୋଧୀ । ନିର୍ବାଚନ ଘୁଞ୍ଚାଇବାକୁ ଏସବୁ ଶାସକ ଦଳର ବାହାନାବାଜି ବୋଲି ସମାଲୋଚନା କଲେ ବିଜେପି ଓବିସି ମୋର୍ଚ୍ଚା ସଭାପତି । ଅଧିକ ପଢନ୍ତୁ...

'କଂଗ୍ରେସ ପଛୁଆ ବର୍ଗ ବିରୋଧି, ସଂରକ୍ଷଣ ବୃଦ୍ଧି ଶାସକ ଦଳର ବାହାନାବାଜି'

ଭୁବନେଶ୍ବର: ରାଜ୍ୟରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ଲାଗି ରହିଛି ରାଜନୈତିକ ହଟ୍ଟଗୋଳ । ସଂରକ୍ଷଣ ପ୍ରସଙ୍ଗରେ ଶାସକ ଦଳ ଓ କଂଗ୍ରେସର ପ୍ରତିକ୍ରିୟା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ତୀବ୍ର ସମାଲୋଚନା କଲା ବିଜେପି ଓବିସି ମୋର୍ଚ୍ଚା । ଶାସକ ଦଳ ପଛୁଆ ବର୍ଗଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି । ଯେଉଁଥିରେ ସ୍ବର ମିଳାଉଛି କଂଗ୍ରେସ । ନିଜ ଶାସନ କାଳ ମଧ୍ୟରେ ରାଜ୍ୟରେ ପଛୁଆ ବର୍ଗଙ୍କୁ ଅଧିକ କ୍ଷତି ପହଞ୍ଚାଇଛି କଂଗ୍ରେସ । ଦୁଇ ଦୁଇଟି କମିଟିର ରିପୋର୍ଟକୁ କୋଲ୍ଡ ଷ୍ଟୋରକୁ ଫିଙ୍ଗି ଦେଇଛି ଦଳ । ତେଣୁ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ବକ୍ତବ୍ୟ ଅପ୍ରାସଙ୍ଗିକ ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ।

ନିକଟରେ ପଛୁଆ ବର୍ଗ ସଂରକ୍ଷଣ ନେଇ କଂଗ୍ରେସ ମୁଖପାତ୍ର ଗଣେଶ୍ବର ବେହେରା ଦେଇଥିବା ମନ୍ତବ୍ୟଙ୍କୁ ମଧ୍ୟ ସମାଲୋଚନା କରିଛି ବିଜେପି । କଂଗ୍ରେସ ମୁଖପାତ୍ର ନିଜ ଦଳର ଭୂମିକା ଓ ଶାସକ ଦଳର ୨୨ ବର୍ଷର ଅବହେଳାଙ୍କୁ ବିଚାର ନ କରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ସେ ଆଉ କାହା ଏଜେଣ୍ଡାରେ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି କଟାକ୍ଷ କରିଛନ୍ତି ସୁରଥ ବିଶ୍ବାଳ ।

ସେ କହିଛନ୍ତି, ଜାତିଭିତ୍ତିକ ଗଣନା ତାଲିକା ନଥିବା ଯୋଗୁଁ ପଛୁଆ ବର୍ଗଙ୍କ ଉପକାର କରିପାରୁନଥିବା କହୁଥିବା ଶାସକ ଦଳର ଏହା କେବଳ ନିର୍ବାଚନ ଘୁଞ୍ଚାଇବା ପାଇଁ ବାହାନାବାଜି । 50 ପ୍ରତିଶତ ସିଲିଂ ବ୍ୟବସ୍ଥାରେ ସଂଶୋଧନ ଦରକାର ନାହିଁ । ରାଜ୍ୟ ସରାକାର ଚାହିଁଲେ 27 ପ୍ରତିଶତ ଲାଗୁ କରିପାରିବେ । କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟ 61 ପ୍ରତିଶତ ପର୍ଯ୍ୟନ୍ତ ଲାଗୁ କରିଛନ୍ତି । 27 ପ୍ରତିଶତ ସଂରକ୍ଷଣ ଦେଇପାରୁନଥିବା ଶାସକ ଦଳ କେବଳ କେନ୍ଦ୍ର ଉପରେ ଦୋଷ ଲଦୁଛି ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ।

ରାଜ୍ୟର ଅଢେଇ କୋଟି ପଛୁଆ ବର୍ଗ ସୁପ୍ରିମକୋର୍ଟରେ ତୁମ ଓକିଲ କିଏ ବୋଲି ଆଜି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ସରକାର କେବଳ ଗୋଟିଏ କାଗଜ ଆଣି ଆମେ ସୁପ୍ରିମକୋର୍ଟ ଯାଇଥିଲୁ ବୋଲି କହି ହେଉଛନ୍ତି । ମଣ୍ଡଳ କମିଶନ ଗଠନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାରମ୍ବାର ଚିଠି ଲେଖିଛନ୍ତି ଯେଉଁଥିରୁ ରାଜ୍ୟ ସରକାରଙ୍କ ଦରଦ ଜଣାପଡୁଛି ବୋଲି କହିଛନ୍ତି ସୁରଥ ।

ଏଥିସହ ସୁରଥ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରଥମେ ଜାତି ସ୍ଥିର କର ତା'ପରେ ଗଣନା କରିବ । କାରଣ ଏବେ ବି ଅନେକ ଜାତି ଏସଇବିସି ବର୍ଗରେ ସାମିଲ ହୋଇ ପାରିନାହାନ୍ତି । 210 ଜାତିର ତାଲିକା ଅଛି । ସେମାନେ ବି ସର୍ବନିମ୍ନ ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.