ETV Bharat / city

ସଂରକ୍ଷଣ ତାଲିକାରେ ତ୍ରୁଟି ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଓବିସି ମୋର୍ଚ୍ଚା - Three-tier panchayat elections

ସଂରକ୍ଷଣ ତାଲିକାକୁ ନେଇ ଜୋର୍ ଧରିଛି ତାତି । ଏହି ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିବା ସହ ସରଂକ୍ଷଣ ତାଲିକାରେ ତ୍ରୁଟି ସୁଧାରିବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ସଂରକ୍ଷଣ ତାଲିକାରେ ତ୍ରୁଟି ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଓବିସି ମୋର୍ଚା

author img

By

Published : Oct 22, 2021, 10:38 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ମଧ୍ୟରେ ତାତି ଜୋର୍ ଧରିଛି । ତେବେ ଏହି ନିର୍ବାଚନ ପୂର୍ବରୁ ସରଂକ୍ଷଣ ତାଲିକାରେ ତ୍ରୁଟିକୁ ନେଇ ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳଙ୍କ ନେତୃତ୍ବରେ ଏକ ଟିମ ଆଜି(ଶୁକ୍ରବାର) ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।

ସଂରକ୍ଷଣ ତାଲିକାରେ ତ୍ରୁଟି ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଓବିସି ମୋର୍ଚା

ଏଥିରେ ପଛୁଆବର୍ଗଙ୍କ ପାଇଁ ସରଂକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରିବାକୁ ଦାବି କରିଛନ୍ତି । ତେବେ ବିଗତ ଦିନ ମାନଙ୍କରେ ପଛୁଆବର୍ଗଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ 27 ପ୍ରତିଶତ ସଂରକ୍ଷଣ ଥିବାବେଳେ ଚଳିତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ କେତେ ପ୍ରତିଶତ ସଂରକ୍ଷଣ ଦିଆଯିବ ସେ ସମ୍ପର୍କରେ ରାଜ୍ୟ ସରକାର ସଂଶୋଧିତ ଆଇନ ଓ ନିର୍ଦ୍ଦେଶାନାମାରେ କୌଣସି ସ୍ପଷ୍ଟତା ନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି ।

ସେପଟେ ସଂରକ୍ଷଣ ତାଲିକାରେ ସ୍ଥାନ ପାଇବା ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର । ଏହି କଥାକୁ ରାଜ୍ୟ ସରକାର ଅଣଦେଖା କରିଥିବା ନେଇ କହିଛନ୍ତି ବିଜେପି ଓବିସି ମୋର୍ଚାର ସଭାପତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.