ETV Bharat / city

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ପରେ ଓଡିଶା ଫେରିଲେ ଅପରାଜିତା ଷଡଙ୍ଗୀ - BJP national spokesperson Aparajita Sarangi

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ପରେ ଓଡିଶା ଫେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଜଣାଇଲେ ଧନ୍ୟବାଦ । ଅଧିକ ପଢନ୍ତୁ...

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ପରେ ଓଡିଶାରେ ସାଂସଦ ଅପରାଜିତା

author img

By

Published : Oct 7, 2020, 1:12 PM IST

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ଥର ଭୁବନେଶ୍ବର ଆସିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କ ଉପରେ ଦଳ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ପରେ ଓଡିଶାରେ ସାଂସଦ ଅପରାଜିତା

ଏହାସହ ବିଭିନ୍ନ ପ୍ରସଙ୍ଗରେ ଦଳର ଓ କେନ୍ଦ୍ର ସରକାରଙ୍କର କଣ ଆଭିମୁଖ୍ୟ ରହିଛି ତାହା ଲୋକଲୋଚନକୁ ଆଣିବାକୁ ମୋତେ ଦାୟିତ୍ବ ଦିଆଯାଇଛି । ଆଗକୁ ମଧ୍ୟ ମୋ ନେତା ମାନେ ଯାହା ମୋ ଠାରୁ ଆଶା ରଖିବେ ତାହା ମୁଁ ସୂଚାରୁ ରୂପେ ସମ୍ପାଦନ କରିବି ବୋଲି ସେ ଦର୍ଶାଇଛନ୍ତି ।

ଏହାସହ ରାଜ୍ୟରେ ହେବାକୁ ଥିବା ଦୁଇଟି ଉପନିର୍ବାଚନ ଉପରେ ନିଜର ମନ୍ତବ୍ୟ ଦେଇ ବିଜେପି ନିଶ୍ଚିତ ଜିତିବ ବୋଲି ସେ କହିଛନ୍ତି । ସଂସଦ ଅଧିବେଶନ ସରିବା ପରେ ପ୍ରାୟ 24 ଦିନ ପରେ ସେ ଭୁବନେଶ୍ବରରେ ପାଦ ଦେଇଥିବାବେଳେ ତାଙ୍କ ସମର୍ଥକ ମାନେ ତାଙ୍କୁ ବିମାନବନ୍ଦରରେ ବିପୁଳ ସ୍ବାଗତ କରିଥିଲେ ।

ସୂଚନାଥାଉକି, ସେପ୍ଟେମ୍ବର 26 ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କର ନୂଆ ଟିମ୍‌ ଗଠନ କରିଥିଲେ । ଯେଉଁଥିରେ ଓଡିଶାରୁ 4 ଜଣ ଥିବାବେଳେ ଅପରାଜିତା ଷଡଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.